ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନୃଶଂସ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

ପାରିବାରିକ କଳହକୁ ନେଇ ସ୍ତ୍ରୀକୁ ନୃଶଂସ ହତ୍ୟା, ଅଭିଯୁକ୍ତ ସ୍ୱାମୀ ଗିରଫ

କଣ୍ଟାବାଞ୍ଜି: ପାରିବାରିକ କଳହ ହତ୍ୟାର ରୂପ ନେଇଛି। ଜଣେ ବ୍ୟକ୍ତି ନିଜ ସ୍ତ୍ରୀକୁ ଅତି ନୃଶଂସ ଭାବେ ହତ୍ୟା କରିଛି। ସୂଚନା ଅନୁସାରେ ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ଥାନା ଅନ୍ତର୍ଗତ ଭାଲୁମୁଣ୍ଡା ଗାଁରେ ଶନିବାର ଅପରାହ୍ନରେ ଏହି ହତ୍ୟାକାଣ୍ଡ ଘଟଣା ଘଟିଛି। ସ୍ୱାମୀ ଗୋଦାବରୀଶ ସାହୁ ନିଜ ସ୍ତ୍ରୀ ରୀନା ସାହୁଙ୍କୁ ପନିକିରେ ହତ୍ୟା କରିଛି।

publive-image

ହତ୍ୟାକାଣ୍ଡ ନେଇ ସୂଚନା ମିିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରିଛି। ପୁଲିସ କହିଛି ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କଳହ ଲାଗିଥିଲା କିନ୍ତୁ ଏହା ଆଜି ଭୟଙ୍କର ରୂପ ନେଇଥିଲା। ଉତ୍ତେଜିତ ହୋଇ ଗୋଦାବରୀଶ ଘର ଭିତରେ ଥିବା ପନିକି ଆଣି ରୀନା ଉପରେ ଚୋଟ ପରେ ଚୋଟ ମାରି ଚାଲିଥିଲା। ବଙ୍ଗୋମୁଣ୍ଡା ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଂଚି ମୃତଦେହ ଉଦ୍ଧାର କରି ଅଭିଯୁକ୍ତ ସ୍ୱାମୀ ଗୋଦାବରୀଶକୁ ଗିରଫ କରିଛି।

ସୂଚନାଯୋଗ୍ୟ ଗୋଦାବରୀଶ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ଥାନା ସଂଧିକୁଲିଆରୀ ଗାଁରେ ୨୦୦୫ ଜୁଲାଇ ୩ରେ ବିବାହ କରିଥିଲା। ମା’ ରୀନାର ମୃତ୍ୟୁ ପରେ ୪ ଝିଅ ଓ ଗୋଟିଏ ପୁଅ ଅନାଥ ହୋଇଯାଇଛନ୍ତି। ସେମାନେ କେମିତ ବଡ଼ ହେବେ, ଖାଇବେ କ’ଣ ସେ ନେଇ ଗାଁରେ ଭାଲେଣୀ ପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe