ସ୍ୱାମୀକୁ କଟୁରୀରେ ହାଣି ହତ୍ୟା କରିବା ପରେ ନିଜ ମଥାରୁ ସିନ୍ଦୂର ପୋଛିଲା ସ୍ତ୍ରୀ

Advertisment
ବାର୍ କର୍ମଚାରୀଙ୍କୁ ଛୁରି ଭୁସି ବୀଭତ୍ସ ହତ୍ୟା, ଗାଡ଼ି ପାର୍କିଂକୁ ନେଇ ହତ୍ୟାକାଣ୍ଡ

www.jagran.com

ମାଲକାନଗିରି: ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅଞ୍ଚଳରେ ଏକ ନୃଶଂସ ହତ୍ୟାକାଣ୍ଡ ଘଟିଛି। ଜଣେ ସ୍ତ୍ରୀ ତା’ର ସ୍ୱାମୀକୁ କଟୁରୀରେ ହାଣି ହତ୍ୟା କରିବା ପରେ ନିଜ ମଥାରୁ ସିନ୍ଦୂର ପୋଛି ଦେଇଛି। ଏହି ହତ୍ୟାକାଣ୍ଡର ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ସ୍ତ୍ରୀକୁ ଗିରଫ କରି ତଦନ୍ତ ଜାରି ରଖିଛି। ମୃତ ସ୍ୱାମୀଙ୍କ ନାମ ଆନ୍ତୁ ମୁଦୁଲି ଓ ହତ୍ୟାକାରୀ ସ୍ତ୍ରୀଙ୍କ ନାମ ଚନ୍ଦ୍ରମା ମୁଦୁଲି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ମଙ୍ଗଳବାର ବାଲିମେଳା ଥାନା ଅଞ୍ଚଳସ୍ଥ ଆପନମଲା ଗାଁର ଆନ୍ତୁ ମୁଦୁଲି ଓ ତାଙ୍କ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ପାଟିତୁଣ୍ଡ ହୋଇଥିଲା। ଏଥିରେ ସ୍ତ୍ରୀ ଚନ୍ଦ୍ରମା ରାଗି ଯାଇ ପାଖରେ ଥିବା ଏକ କଟୁରୀ ଆଣି ଆନ୍ତୁ ମୁଦୁଲିଙ୍କ ଉପରେ ଆକ୍ରମଣ କରିଥିଲେ।

Related image tv9telugu.com

ଏହି ଆକ୍ରମଣରେ ଆନ୍ତୁ ମୁଦୁଲି ଚଟାଣରେ ପଡ଼ି ଛଟପଟ ହୋଇଥିଲେ। କିଛି ସମୟ ପରେ ସେଠାରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା। ଏହି ହତ୍ୟାକାଣ୍ଡ ସମ୍ପର୍କରେ ଖବର ପାଇ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସ୍‌ଆଇ ନୀଳାଦ୍ରି ଚରଣ ବିଶ୍ୱାଳ ଘଟଣାସ୍ଥଳରେ ପହଞ୍ଚି ହତ୍ୟାକାରୀ ସ୍ତ୍ରୀ ଚନ୍ଦ୍ରମା ମୁଦୁଲିଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe