ସ୍ବାମୀର ମାଡ଼ରେ ସ୍ତ୍ରୀର ମୃତ୍ୟୁ; ହତ୍ୟାକାଣ୍ଡ ପରେ ଆତ୍ମସମର୍ପଣ

Advertisment
ଜେଡିୟୁ ପୋଲିଂ ଏଜେଣ୍ଟଙ୍କୁ ହତ୍ୟା

India Today

ରାଇରଙ୍ଗପୁର/ବାଦାମପାହାଡ଼: ସ୍ବାମୀ ହତ୍ୟା କଲା ନିଜ ସ୍ତ୍ରୀଙ୍କୁ। ହତ୍ୟା ପରେ ପୁଲିସ ପାଖରେ କଲା ଆତ୍ମସମର୍ପଣ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ବଡ଼ ହାତନାବେଡ଼ା ଗ୍ରାମରେ।
ସୂଚନା ଅନୁଯାୟୀ କୌଣସି କାରଣ ବଶତଃ ସ୍ଵାମୀ ପାନାଉ ତିରିଆ (୩୫) ଓ ସ୍ତ୍ରୀ ଫୁଲମଣି ତିରିଆ (୨୮)ଙ୍କ ମଧ୍ୟରେ ଝଗଡା ହୋଇଥିଲା। ସେହି ସମୟରେ ପାନାଉ ଉତ୍ୟକ୍ତ ହୋଇ  ସ୍ତ୍ରୀକୁ ନିସ୍ତୁକ ମାଡ ମାରିଥିଲା। ଫଳରେ ଫୁଲମଣି ବିଛଣାରେ ପଡ଼ି ରହିଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକେ ପୁଲିସକୁ ଖବର ଦେବା ପରେ ଘଟଣା ସ୍ଥାନରେ ପୁଲିସ ପହଞ୍ଚି ତଦାରକ୍ କରିବା ସହିତ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ଶବ ଉଦ୍ଧାର କରି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ଶବ ବେବଛେଦ ପାଇଁ ପଠାଇଥିଲେ। ହତ୍ୟାକାରୀ ସ୍ବାମୀ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି। ଏନେଇ ଫୁଲମଣିର ଭାଇ ମଧୁ ସିଙ୍କୁ ଥାନରେ ଲିଖିତ ଅଭିଯୋଗ କରିଥିବା ବେଳେ ବାଦାମପାହାଡ଼ ଥାନାରେ ୬୧/୨୪ ରେ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe