ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ, କଠୋର କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁରେ ଉତ୍ତେଜନା

Advertisment
ବାଇକ ଦୁର୍ଘଟଣାରେ ଜଣେ ମୃତ

closeup of the feet of a dead body covered with a sheet, with a blank tag tied on the big toe of his left foot, in monochrome, with a vignette added

ବାମରା : ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଅନ୍ତର୍ଗତ ରଙ୍ଗିଆଟିକିରା ପଞ୍ଚାୟତ କହପାଣି ଗ୍ରାମରେ ଶନିବାର ଘଟିଯାଇଛି ଅଭାବନୀୟ ଘଟଣା। ସ୍ବାମୀକୁ ହତ୍ୟା କରିଛି ସ୍ତ୍ରୀ। ଏହି ଘଟଣାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ହତ୍ୟାକାରୀ ସ୍ତ୍ରୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି। ମୃତକ ହେଲେ ବୃଷଭ ବେହେରା(୪୮)। ଏହି ଘଟଣାରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ମୃତକଙ୍କ ଦ୍ବିତୀୟ ସ୍ତ୍ରୀକୁ ଅଟକ ରଖି ଅଧିକ ପଚରାଉଚରା କରୁଛି।

ପୁଲିସ ସୂଚନା, ଅନୁଯାୟୀ ବୃଷଭ ତାଙ୍କ ଦ୍ବିତୀୟ ପତ୍ନୀ ମଞ୍ଜରୀ ବେହେରା(୪୦) ଓ ଏକମାତ୍ର ଝିଅ ଗୌରୀ(୧୩) ସହିତ ସ୍ଥାନୀୟ ଗୌଡ଼ପଡ଼ାଠାରେ ରୁହନ୍ତି। ସେ ଝାରସୁଗୁଡା, ସମ୍ବଲପୁର ଏବଂ ବେଳେବେଳେ ଆଖପାଖ ଅଞ୍ଚଳରେ ଦିନ ମଜୁରିଆ ଭାବେ କାମ କରନ୍ତି। ଶୁକ୍ରବାର ସଂଧ୍ୟାରେ ଘରୁ ବାହାରି ଥିବାବେଳେ, ଏଣେତେଣେ ବୁଲାବୁଲି କରି ରାତି ପ୍ରାୟ ୧୦ ଟା ପରେ ଘରକୁ ଫେରି ଥିଲେ। ଶନିବାର ସକାଳୁ ତାଙ୍କର ସ୍ତ୍ରୀ ଉଠି ଘର କାମ କରୁଥିବା ବେଳେ, ସେ ସେମିତି ଶୋଇ ରହିଥିଲେ। ଦୀର୍ଘ ସମୟ ଧରି ନ ଉଠିବାରୁ ମଞ୍ଜରୀ ପାଖ ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଖବର ଗାଁରେ ପ୍ରସାରିତ ହେବା ପରେ ଲୋକେ ରୁଣ୍ଡ ହୋଇ ବୈଠକ କରିଥିଲେ। ସୂଚନା ପାଇ କୁଚିଣ୍ଡା ଏସ୍‌ଡିପିଓ ରାଜକିଶୋର ମିଶ୍ର, ଗୋବିନ୍ଦପୁର ଥାନା ଅଧିକାରୀ ପ୍ରତାପ କୁମାର ରଣା, ସବ ଇନ୍ସପେକ୍ଟର ଥୋମାସ କେର୍କେଟା ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତ ସମୟରେ ବୃଷଭଙ୍କ ବେକରେ କିଛି କ୍ଷତ ଚିହ୍ନ ଥିବା ପୁଲିସ ଦେଖିବାକୁ ପାଇଥିଲା। ଏହା ସହିତ ଉପସ୍ଥିତ ଗ୍ରାମବାସୀ ବୃଷଭଙ୍କ ମୃତ୍ୟୁକୁ ସନ୍ଦେହଜନକ ବୋଲି କହିଥିଲେ। ପରେ ପୁଲିସ ଅନୁସନ୍ଧାନ କଲାବେଳେ, ମଞ୍ଜରୀଙ୍କ କଥାରେ ସାମଞ୍ଜସ୍ୟ ରହି ନଥିଲା। ଏହି ଘଟଣାକୁ ନେଇ ସେଠାରେ ଉପସ୍ଥିତ ଶତାଧିକ ମହିଳା ଓ ପୁରୁଷ ଉକ୍ତ ମଞ୍ଜରୀ ହିଁ ତାଙ୍କ ସ୍ୱାମୀକୁ ହତ୍ୟା କରିଛି ବୋଲି ପାଟିତୁଣ୍ଡ କରିଥିଲେ। ତାଙ୍କୁ ଉଚିତ ଦଣ୍ଡ ଦିଆଯାଉ ବୋଲି ଦାବି କରିଥିଲେ। ପୁଲିସ ମଞ୍ଜରୀଙ୍କୁ ଥାନାକୁ ନେଇ ପଚରାଉଚରା କଲାପରେ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା। ଖବରପାଇ ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମରେ ରହୁଥିବା ମୃତକଙ୍କ ସାନ ଭାଇ ଭୁବନ ବେହେରା(୪୩)ଙ୍କ ଏତଲା କ୍ରମେ ଗୋବିନ୍ଦପୁର ପୁଲିସ କେସ ନମ୍ବର ୬୭/୨୧ ଦଫା ୩୦୨/୩୪ ରୁଜୁ କରି ତଦନ୍ତ ଜାରି ରଖିଛି। ମୃତକଙ୍କ ପ୍ରଥମ ସ୍ତ୍ରୀ ତୁଲାଙ୍କ ଔରସରୁ ଜନ୍ମ ଗ୍ରହଣ କରିଥିବା ବୃଷଭଙ୍କ ଦୁଇ ପୁଅ ହରି(୨୧) ଓ ଅରୁଣ(୧୭) ମଧ୍ୟ ପହଞ୍ଚିଥିବା ଜଣାପଡିଛି। ସମ୍ବଲପୁରରୁ ସାଇଣ୍ଟିଫିକ ଟିମ ଘଟଣାସ୍ଥଳକୁ ଆସି ତଦନ୍ତ କରି ଫେରିଥିବା ଜଣାପଡ଼ିଛ। ଶବକୁ ଜବତ କରାଯାଇଥିବାବେଳେ, ରବିବାର ଦିନ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ଉକ୍ତ ଘଟଣାରେ ସହ ଅଭିଯୁକ୍ତ ଥିବା ଜଣେ ଯୁବକକୁ ପୁଲିସ ଧରିବାରେ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ରହସ୍ୟ ଜଣାପଡି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe