ସ୍ବାଧୀନତା ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ସହଧର୍ମିଣୀଙ୍କ ପରଲୋକ

Advertisment

୧୨ଶହ ସ୍ବାଧୀନତା ସଂଗ୍ରାମୀଙ୍କୁ ଖାଇବାକୁ ଦେଇଥିଲେ

୧୨ଶହ ସ୍ବାଧୀନତା ସଂଗ୍ରାମୀଙ୍କୁ ଖାଇବାକୁ ଦେଇଥିଲେ

ସ୍ବାଧୀନତା ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ସହଧର୍ମିଣୀଙ୍କ ପରଲୋକ

ନବରଙ୍ଗପୁର :  ଭାରତ ଛାଡ ଆଦୋଳନର ବିଶିଷ୍ଟ ସଂଗ୍ରାମୀ ଚୈତନ୍ୟ ସେଠିଆଙ୍କ ସହଧର୍ମିଣୀ ହିରାମଣୀ ସେଠିଆ(୯୨)ଙ୍କ ଆଜି ନବରଙ୍ଗପୁର ଜିଲ୍ଲା ତାରାଗାଁ ସ୍ଥିତ ନିଜ ବାସଭବନ ରେ ପରଲୋକ ହୋଇଛି । ସେ ଗତ କିଛି ଦିନ ଧରି ଅସୁସ୍ଥତା ରହିଥିଲେ। ଆଜି ତାଙ୍କ ପରଲୋକ ଖବର ଶୁଣି ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର, ଶହୀଦ ସ୍ମୃତି ସଂସଦର କାର୍ଯ୍ୟକାରୀ ସଭାପତି ମୁନା ତ୍ରିପାଠୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ଅଖିଳ ଭତ୍ରା, ଯୁବନେତା ତାରିକ ହାସେନ ଖାନ୍, ଏନ.ବୈରାଗୀ ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହ ମରଶରୀରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ।

ଗାଁରେ ଏକ ଶୋକାକୁଳ ପରିବେଶରେ ହୀରାମଣିଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ପ୍ରକାଶ ଥାଉକି,୧୯୪୨  ମସିହା ଅଗଷ୍ଟ ମାସ ୨୩ ତାରିଖ  ରାତିରେ ସ୍ବାଧୀନତା ସଂଗ୍ରାମୀ ମାନେ ତାରାଗାଁରେ ରହିଥିବା ସମୟରେ ସ୍ବର୍ଗତଃ ହୀରାମଣୀ ରୋଷେଇ କରି ସେମାନଙ୍କୁ ଖାଇବାକୁ ଦେଇଥିଲେ । ସେଦିନ ସେ ପ୍ରାୟ ୧୨ଶହ  ସଂଗ୍ରାମୀଙ୍କୁ  ଭୋଜନ କରାଇଥିଲେ । ତା' ପରଦିନ ଅର୍ଥାତ ଅଗଷ୍ଟ ୨୪  ଦିନ ସକାଳୁ ଏହି ସଂଗ୍ରାମୀଙ୍କ  ରକ୍ତ  ଟୁରିନଦୀରେ  ରକ୍ତ ତୀର୍ଥ ପାଲଟି ଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe