‘ମୁଁ ଯାଉଛି, ମୋତେ ଖୋଜିବନି’, ସ୍ବାମୀଙ୍କୁ ଔଷଧ ଚିଠା ଧରାଇ ଡାକ୍ତରଖାନାରୁ ସ୍ତ୍ରୀ ଚମ୍ପଟ

‘ମୁଁ ଯାଉଛି, ମୋତେ ଖୋଜିବନି’, ସ୍ବାମୀଙ୍କୁ ଔଷଧ ଚିଠା ଧରାଇ ଡାକ୍ତରଖାନାରୁ ସ୍ତ୍ରୀ ଚମ୍ପଟ

ହାଟଡିହି: ପତ୍ନୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତରଖାନା ଯାଇଥିବା ବେଳେ ସ୍ବାମୀଙ୍କୁ ଛାଡ଼ି ଜଣେ ମହିଳା ଗାଏବ ହୋଇଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ନନ୍ଦିପଦା ଥାନା ଅଞ୍ଚଳର ଜଣେ ଯୁବକ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅଙ୍ଗାରଗଡ଼ିଆ ଗ୍ରାମର ଜଣେ ଯୁବତୀଙ୍କୁ ଜୁନ୍‌ ମାସରେ ବିବାହ କରିଥିଲେ। ମଙ୍ଗଳବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତରଙ୍କ ପରାମର୍ଶ ପରେ ଆଉଟ୍‌ଡୋର୍‌ ନିକଟରେ ପତ୍ନୀଙ୍କୁ ଠିଆ କରାଇ ଯୁବକ ଜଣଙ୍କ ଚିଠା ଧରି ଔଷଧ ପାଇଁ ଧାଡ଼ିରେ ଠିଆ ହୋଇଥିଲେ।

ଔଷଧ ନେଇ ଫେରିବାବେଳକୁ ପତ୍ନୀଙ୍କୁ ଆଉ ପାଇନଥିଲେ। ଏନେଇ ଯୁବକ ଜଣଙ୍କ ଡାକ୍ତରଖାନା ପରିସର ସମେତ ବିଭିନ୍ନ ରାସ୍ତାଘାଟ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇନଥିଲେ। କିଛି ସମୟ ପରେ ପତ୍ନୀଙ୍କ ଫୋନ୍‌ ଆସିଥିଲା। ସେ ପଳାଇ ଆସିଛନ୍ତି, ତାଙ୍କୁ ଆଉ ଖୋଜିବ ନାହିଁ କି ଥାନାରେ କେସ୍‌ କରିବ ନାହିଁ ବୋଲି ପତ୍ନୀ କହିଥିବା ଯୁବକ ଜଣଙ୍କ ଥାନାରେ ଅଭିଯୋଗ କରିଛନ୍ତି।

ଏପରିକି ମହିଳା ଜଣଙ୍କ ଗଲାବେଳେ ଘରୁ ତିନିଟି ଶାଢ଼ି, ଅନେକ ସୁନାରୁପା ଅଳଙ୍କାର ଓ ୩୭ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଛି। ଏନେଇ ପ୍ରଥ‌ମେ ଘସିପୁରା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ଷ୍ଟେସନ ଡାଏରି କରିଛି। ଯୁବକ ଓ ତାଙ୍କ ପରିବାର ଲୋକେ ଆଜି ପୁଣି ନନ୍ଦିପଦା ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe