ମୁଜାଗଡ ବନାଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ବାରହା ଛୁଆ ଉଦ୍ଧାର 

Advertisment
ମୁଜାଗଡ ବନାଞ୍ଚଳର ଏକ ପରିତ୍ୟକ୍ତ କୂଅରୁ ବାରହା ଛୁଆ ଉଦ୍ଧାର 

ଭଞ୍ଜନଗର: ଉତ୍ତର ଘୁମୁସର ବନଖଣ୍ଡ ଅଧିନ ମୁଜାଗଡ଼ ବନାଞ୍ଚଳ ଭଞ୍ଜନଗର ସେକ୍‌ସନର ବିଞ୍ଜଗିରି ବିଟ୍‌ ନିକଟ ବଡ ପଥରା ଗ୍ରାମ ଠାରେ ଥିବା ଏକ ପରିତ୍ୟକ୍ତ କୂଅରେ ପଡିଯାଇଥିବା ବାରହା ଛୁଆକୁ ଉଦ୍ଧାର କରାଯାଇଛି। ବର୍ତ୍ତମାନ ଧାନ କ୍ଷେତରେ ଫସଲ ଅମଳ ସମୟ ହୋଇଥିବାରୁ ଜଙ୍ଗଲି ଜନ୍ତୁ ବାରହା ଧାନ କ୍ଷେତକୁ ଆସିଥିବା ବେଳେ ଅସାବଧାନତା ବଶତଃ ଏକ ବାରହା ଛୁଆ ଜମି ମଧ୍ୟରେ ଥିବା ଏକ କୂଅ ଭିତରେ ପଡିଯାଇଥିଲା। ଏହା ଜାଣି ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିବା ବେଳେ ବନ ବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାରହା ଛୁଆଟିକୁ ଉଦ୍ଧାର କରି ନିକଟସ୍ଥ ଜଙ୍ଗଲ ଭିତରେ ଛ‌ାଡି ଦେଇଥିଲେ। ବନପାଳ ବଂଶୀଧର ବିଷୋୟୀଙ୍କ ନେତୃତ୍ବରେ ବନରଖୀ ସୁଶାନ୍ତ ମିଶ୍ର, ସଞ୍ଚୟ ସ୍ବାଇଁ, ଭିକାରୀ ବିଷୋୟୀ, କେଦାର ମଲିକ୍‌ ଗ୍ରାମବାସୀଙ୍କ ସହାୟତାରେ ଉକ୍ତ ବାରହା ଛୁଆକୁ ଉଦ୍ଧାର କରିଥିଲେ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe