କୋଭିଡ୍-୧୯ର ସଫଳ ମୁକାବିଲା କରିବୁ: ସ୍ୱାସ୍ଥ୍ୟମନ୍ତ୍ରୀ

ଇଣ୍ତିଆନ୍‌ ଚେମ୍ବର ଅଫ୍‌ କମର୍ସର ସହ ଆଲୋଚନା ବେଳେ ରଖିଲେ ମତ

କୋଭିଡ୍-୧୯ର ସଫଳ ମୁକାବିଲା କରିବୁ: ସ୍ୱାସ୍ଥ୍ୟମନ୍ତ୍ରୀ

ଝାରସୁଗୁଡ଼ା: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଏବଂ ପରିଚାଳନା ଦିଗରେ ସମଗ୍ର ବିଶ୍ବରେ ଓଡ଼ିଶା ନିଜର ପ୍ରଦର୍ଶନକୁ ନେଇ ଶ୍ରେଷ୍ଠତା ପ୍ରତିପାଦିତ କରି ଆସିଛି। ମିଳିତ ଜାତିସଂଘ ଏଦିଗରେ ସ୍ବୀକୃତି ପ୍ରଦାନ କରି ସାରିଛି। ହେଲେ ଏବେ ସମଗ୍ର ବିଶ୍ବକୁ କବଳିତ କରିଥିବା ଏବଂ ଖାସକରି ଯୁକ୍ତରାଷ୍ଟ୍ର ଆମେରିକା, ଇଟାଲି, ଜର୍ମାନୀ ଭଳି ବିକଶିତ ରାଷ୍ଟ୍ରକୁ ଦୋହଳାଇ ଦେଇଥିବା କରୋନାର ପ୍ରଭାବୀ ଢଙ୍ଗରେ ମୁକାବିଲା କରି ଚାଲିଛି ଭାରତବର୍ଷ। ଖାସକରି ଓଡ଼ିଶା ରାଜ୍ୟ ସମସ୍ତ ଦିଗରୁ ସହଯୋଗ କାରଣରୁ ଏହାର ସଫଳତାର ସହ ମୁକାବିଲା କରି ଚାଲିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘ଜିରୋ କାଜୁଆଲ୍ଟି' ର ଲକ୍ଷ୍ୟ ନେଇ କରୋନା ବିରୋଧରେ ଯେଉଁ ଲଢେଇର ନେତୃତ୍ବ ନେଉଛନ୍ତି ତାହାକୁ ସବୁ କ୍ଷେତ୍ରରୁ ସହଯୋଗ ରହୁ।

ଡାକ୍ତର, ଫାର୍ମାସିଷ୍ଟ, ନର୍ସ, ପାରା ମେଡିକ୍ସଙ୍କ ଭଳି କରୋନା ଯୋଦ୍ଧାଙ୍କ ଉତ୍ସର୍ଗୀକୃତ ଏବଂ ତ୍ୟାଗ ମନୋଭାବ ନେଇ କାର୍ଯ୍ୟ ଏହି ମହାମାରୀକୁ ନାଶ କରିବା ଦିଗରେ ସହାୟକ ହେବ। କୋଭିଡ୍-୧୯ ପରିପ୍ରେକ୍ଷୀରେ ରାଜ୍ୟର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୌଶଳ ଏବଂ ଆହ୍ବାନକୁ ନେଇ ଇଣ୍ତିଆନ୍‌ ଚେମ୍ବର୍‌ ଅଫ୍‌ କମର୍ସ ପକ୍ଷରୁ ଆଜି ଆୟୋଜିତ ଓ୍ବେବନାର୍‌ରେ ମତ ବିନିମୟ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମୁଖ୍ୟବକ୍ତା ଭାବେ ଯୋଗଦାନ କରି ମତ ବ୍ୟକ୍ତ କରିଥିଲେ।

publive-image

ଆଗକୁ କୋଭିଡ୍-୧୯ର ଅଧିକ ରୋଗୀ ଚିହ୍ନଟ ହେବାର ସମ୍ଭାବନା ଥିବା ବେଳେ ସ୍ବାସ୍ଥ୍ୟସେବାର କୌଶଳ ଉପରେ ବିଶେଷ ଭାବେ ଆଲୋଚନା ହୋଇଥିଲା। ଏଥିସହ ଅଣ କୋଭିଡ୍ ଡାକ୍ତରଖାନା ଗୁଡ଼ିକରେ ଚିକିତ୍ସିତ ହେଉଥିବା ବିଭିନ୍ନ ଦୀର୍ଘ କାଳ ସ୍ଥାୟୀ ରୋଗର ଶିକାର ରୋଗୀ ଏବଂ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସା, ଘରୋଇ ଚିକିତ୍ସା କ୍ଷେତ୍ର ଏବଂ ଅଣ କୋଭିଡ୍ ଡାକ୍ତରଖାନା ଗୁଡ଼ିକୁ ଆର୍ଥିକ ସହାୟତା, ତଥ୍ୟ ସଂଗ୍ରହ ଏବଂ ଏହାର ଉପଯୋଗିତାରେ ସରକାରଙ୍କ ଉଦ୍ୟମ, ଫାର୍ମା ସପ୍ଲାଇ ଏବଂ ଚିକିତ୍ସା ଉପକରଣ ପ୍ରସ୍ତୁତିକୁ ନେଇ ଆଲୋଚନା କେନ୍ଦ୍ରୀଭୂତ ହୋଇଥିଲା। ଏଥିରେ ମୁଖ୍ୟବକ୍ତା ଭାବେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଦାସ ଭାଗ ନେଇଥିବା ବେଳେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ, ପ୍ରଶାନ୍ତ ଶର୍ମା, ସୁଧିର ଏମ ଡିଜିକର, ଶାଳିନୀ କୋଥାକୋଣ୍ତା, ଗୁରିତ କୌର ସେଠୀ, ନିଳଞ୍ଜା ମୁଖାର୍ଜୀ, ଡାକ୍ତର ଏ କେ ରଥ, ରାଜୀବ ଶେଖର ସାହୁ ପ୍ରମୁଖ ଆଲୋଚକ ଭାବେ ଯୋଗ ଦେଇଥିଲେ। ଆଇସିସି ଓଡ଼ିଶା ରାଜ୍ୟ ପରିଷଦର ସହ ଅଧ୍ୟକ୍ଷ ଜେ ବି. ପାଣି ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe