Advertisment

ମଦଭର୍ତ୍ତି ଅଟୋକୁ ଗୋଡ଼ାଇଗୋଡ଼ାଇ ଧରିଲା ପୁଲିସ, ଅଭିଯୁକ୍ତ ଫେରାର

Advertisment
ମଦଭର୍ତ୍ତି ଅଟୋକୁ ଗୋଡ଼ାଇଗୋଡ଼ାଇ ଧରିଲା ପୁଲିସ, ଅଭିଯୁକ୍ତ ଫେରାର

ଘୁ ଉଦୟଗିରି: ଚୋରାରେ ଏକ ବିଦେଶୀ ମଦ ଭର୍ତ୍ତି  ଅଟୋ (ଓଡି ୧୨ବି ୬୨୦୧) ସ୍ଥାନୀୟ ପୁଲିସ ଗୋଡେ଼ଇ ଗୋଡେ଼ଇ ଧରିବାରେ ସଫଳ ହୋଇଛି। କିନ୍ତୁ ଅଭିଯୁକ୍ତ ଅଟୋ ଛାଡ଼ି ଫେରାର ହୋଇଯାଇଥିବା ସୂଚନା ମିଳିଛି। ମଦ ଭର୍ତ୍ତି ଅଟୋ ରାଇକିଆ ଆଡ଼କୁ ଯାଉଥିବା ପୁଲିସ ଖବର ପାଇବା ପରେ ତାଙ୍କ ପିଛା କରିଥିଲା। ପ୍ରଥମେ ଅଟୋ ପାବୁରିଆ ଆଡ଼କୁ ଯାଉଥିବା ବେଳ ପୁଲିସ ତାଙ୍କ ପଛରେ ଲାଗିଛନ୍ତି ବୋଲି ଜାଣିପାରି ତୁରନ୍ତ ସେ ଦିଗ ବଦଳେଇଥିଲେ ଓ ପରେ ରାଇକିଆ ଆଡ଼କୁ ଯିବା ମୁଖ୍ୟରାସ୍ତା ଗୁଡ୍ରିପଡ଼ି ନିକଟରେ ଅଟୋ ଛାଡ଼ି ଡ୍ରାଇଭର ଫେରାର ହୋଇଥିଲେ।

ସୂଚନା ଅନୁସାରେ ରବିବାର ଦିନ ସନ୍ଧ୍ୟା ସମୟରେ ମଦ ଭର୍ତ୍ତି ଅଟୋ ଯାଉଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଥାନା ଆଇଆଇସି ଅଜୟ ସ୍ବାଇଁଙ୍କ ନିର୍ଦେଶ କ୍ରମେ ଏଏସ୍‌ଆଇ ରମେଶ ଚନ୍ଦ୍ର ଦାସ କାନବାଗିରୀ ନିକଟ ଗୁଡ୍ରିପଡ଼ି ଠାରେ ଅଟୋ ଠିଆ ହୋଇଥିବା ଦେଖି ଜବତ କରିଥିଲେ ଓ ଅଟୋ ଠିଆ କରି ସେଠାରୁ ଡ୍ରାଇଭର ଚମ୍ପଟ୍ ମାରିଥିଲା। ପୁଲିସ ଅଟୋକୁ ଜବତ କରି ଥାନାକୁ ଆଣି ଯାଞ୍ଚ କଲା ବେଳେ ଘଟଣା ସ୍ଥଳରୁ ୪୪ ଲିଟର ୮୦୦ ମିଲିଗ୍ରାମ ବିଦେଶୀ ଠିପି ବନ୍ଦ ମଧ୍ୟ ଥିବା ଦେଖିବାକୁ ପାଇଥିଲେ। ବିଅର୍ ୬୦ ଗୋଟି, ବାକାଡ଼ି ଲେମନ୍ ୪ ଗୋଟି ନିପ, ଏକ ନମବାର ଆର୍ ୱିସ୍କି ୪ ଗୋଟି ନିବ, ରମ୍ ୫ଟି ନିବ, ରେଡ ବ୍ଲୁ ୪ଟି ନିବ, ବାକାଡ଼ି ବ୍ଲାକ ରମ ହାଫ୍ ୨ଟି, ଜବତ ହୋଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଗାଡି ଡ଼୍ରାଇଭରଙ୍କୁ ପୁଲିସ ଗିରଫ କରାଯାଇ ନ ଥିବା ବେଳେ ଅଧିକ ତଦନ୍ତ ଚାଲିଥିବା ତଦନ୍ତକାରୀ ଅଧିକାରୀ ବଣ୍ଟି ଦଣ୍ଡିଆ ସୂଚନା ଦେଉଥିବା ବେଳେ ଅଟୋର ନମ୍ବର ଚେକ୍ କରିବା ବେଳେ ତାହା ଗଞ୍ଜାମ ଜିଲ୍ଲା ଅଞ୍ଚଳର ବୋଲି ସୂଚନା ବାହାରୁଥିବା ସୂଚନା ରହିଛି।

publive-image

ତେବେ ରଞ୍ଜନ ନାୟକ ବୋଲି ଅଟୋ ମାଲିକ ଅନଲାଇନ୍‌ରେ ଦେଖା ଯାଉଥିବା ବେଳେ କିଏ ସେହି ଗାଡି ମାଲିକ୍ ଓ କିଏ ଏହି ମଦ ନେଉଥିଲେ ଓ କୁଆଡେ ନେଉଥିଲେ ? କାହିକି ଏହି ସ୍ଥାନରେ ମଦ ସହିତ ଅଟୋ ଛାଡ଼ିକି ଗଲେ? ଏହି ମଦ ଚୋରା କାରବାର କରାଯାଉଥିବା ବେଳେ ଏହା ଦ୍ଵାରା ଯୁବ ପିଢ଼ି ମଦ୍ୟ ପାନ କରି ଦିଗ ହରା ହେଉଛନ୍ତି। ତେବେ ତଦନ୍ତ କାରୀ ଅଧିକାରୀଙ୍କ ସୂଚନା ଅନୁସାରେ ଏହି ଚୋରା ମଦ କାରବାର ତୁରନ୍ତ ରୋକା ଯିବା ନିମନ୍ତେ କାର୍ଯ୍ୟକରାଯିବ ବୋଲି ସୂଚନା ଦେଇଥିବା ଦେଖିବାକୁ ମିଳିଛି। ସେପଟେ ଥାନା ପକ୍ଷରୁ ୫/୨୪ରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ କରୁଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe