୧୪ ପେଟି ଚୋରା ମଦ ଜବତ

Advertisment
୧୪ ପେଟି ଚୋରା ମଦ ଜବତ

ଦଶରଥପୁର: ମଙ୍ଗଳପୁର ଥାନା ଜାଫରପୁର ପଞ୍ଚାୟତ ନାରିଗାଁ ଉଚ୍ଚ ବିଦ୍ୟାଳୟ ସାମ୍‌ନାରେ ଥିବା ଏକ ଦୋକାନରୁ ବିପୁଳ ଚୋରା ମଦ ଜବତ କରାଯାଇଛି। ଏହି ଦୋକାନ ଘରେ ଭୋର ସମୟରେ ଏକ ବୋଲେରୋରେ ମଦ ଆଣି ରଖାଯାଉଥିବା ଦେଖି ଜଣେ ମହିଳା ତାଲା ପକାଇ ଦେଇଥିଲେ। ପରେ ମଂଗଳପୁର ପୁଲିସକୁ ଖବର ଦେଇଥିଲେ। ଖବର ପାଇ ମଙ୍ଗଳପୁର ଥାନାଧିକାରୀ ଏନାମୁଲ୍ ହକଙ୍କ ନିର୍ଦେଶରେ ଏସ୍‌ଆଇ ହରିଶ ସିଂ, ଏଏସ୍‌ଆଇ ସନ୍ତୋଷ ସିଂ ଆଜି ସକାଳେ ଚଢ଼ଉ କରିଥିଲେ। ଦୋକାନ ଭିତରୁ ମୋଟ ୧୪ ପେଟି ବିଦେଶୀ ମଦ ଜବତ କରିଥିଲେ। ଚୋରା ମଦ ବ୍ୟବସାୟୀ କୌଶଳ କ୍ରମେ ଖସିଯାଇଥିଲା। ଦୋକାନର ସ୍ୱତ୍ତ୍ବାଧିକାରୀ ବାବୁ ମଲ୍ଲିକଙ୍କ ବିରୋଧରେ ଥାନାରେ ୩୦୦/୨୧ ନମ୍ବରରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe