ଦୁଇ ପେଟି ବିଦେଶୀ ମଦ, ସ୍କୁଟି ଜବତ: ବେପାରୀ ଗିରଫ

Advertisment
ଦୁଇ ପେଟି ବିଦେଶୀ ମଦ, ସ୍କୁଟି ଜବତ: ବେପାରୀ ଗିରଫ

ରାଉରକେଲା: ସେକ୍ଟର-୨୧ ନୟାବଜାର ସ’ ମିଲ୍‌ ଛକରୁ ପୁଲିସ ପେଟ୍ରୋଲିଂ ଟିମ୍ ବିଦେଶୀ ମଦ ବୋଝେଇ ସ୍କୁଟି ଜବତ କରିବା ସହ ବେପାରୀକୁ ଗିରଫ କରିଛି। ଗିରଫ ବେପାରୀ ଜଣକ ହେଲେ ମଧୁସୂଦନପାଲୀର ତପନ କୁମାର ଗିରି। ତା ନିକଟରୁ ଦୁଇ ପେଟି ବିଦେଶୀ ମଦ ଜବତ ହୋଇଛି। ଯେଉଁଥିରେ ୪୦ ବୋତଲ ବିୟର, ୧୪ ବୋତଲ ହ୍ବିସ୍କି ରହିଛି। ତପନ ପୂର୍ବରୁ ବିଦେଶୀ ମଦ ଚାଲାଣ ଅଭିଯୋଗରେ ଗିରଫ ହୋଇ କୋର୍ଟ ଯାଇଥିଲା। ଆଜି ଅପରାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍କୁଟି ନଂ (ଓଡି ୧୪ସି-୫୮୪୧)ରେ ଦୁଇ ପେଟି ବିଦେଶୀ ମଦ ଲଦି ଘରକୁ ଫେରୁଥିଲା। ପେଟ୍ରୋଲିଂ ଟିମ୍‌ ସୂଚନା ପାଇ ସ’ ମିଲ୍‌ ଛକରେ ତପନକୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe