ଚୋରା ମଦ ବ୍ୟବସାୟୀ ଗିରଫ

Advertisment
ଚୋରା ମଦ ବ୍ୟବସାୟୀ ଗିରଫ

ବାଲିପାଟଣା: ଭୁବନେଶ୍ୱର କମିସନରେଟ ପୁଲିସ ଅଧୀନ ବାଲିପାଟଣା ଥାନା ପୁଲିସ ଆଜି ଜଣେ ଚୋରା ମଦ ବ୍ୟବସାୟୀକୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାଁ ନାରାୟଣ ନାୟକ ( ୩୫ )।

ସୂଚନା ଅନୁସାରେ , ନାରାୟଣ ବାଲିପାଟଣା ସରକାରୀ ମଦ ଦୋକାନ ନିକଟରେ ବାଇକ ଗ୍ୟାରେଜ କରିଛି। ଲକ୍‌ଡାଉନ ସମୟ ପରଠାରୁ ସେ ଚୋରା ମଦ ବ୍ୟବସାୟ ଚଲାଇଥିଲା। ଆଜି ଗାନ୍ଧୀ ଜୟନ୍ତୀ ପାଇଁ ସରକାରୀ ମଦ ଦୋକାନ ବନ୍ଦ ଥିଲା। ତେଣୁ ଅଧିକ ମାତ୍ରାରେ ମଦ କିଣି ଘରେ ରଖିଥିଲା।

ପୁଲିସ ବିଶେଷ ସୂତ୍ରରୁ ସୂଚନା ପାଇ ଅପରାହ୍ନରେ ନାରାୟଣ ରହୁଥିବା ଗାରେଡିପାଞ୍ଚଣସ୍ଥିତ ଭଡ଼ା ଘରେ ଚଢ଼ଉ କରିଥିଲା। ଚଢ଼ାଉ ବେଳେ ତା ନିକଟରୁ ୧୩୭ ବୋତଲ ବିଦେଶୀ ମଦ ମିଳିଥିଲା। ପୁଲିସ ଏହି ମଦକୁ ଜବତ କରିଛି। ଜବତ ହୋଇଥିବା ମଦ ୨୫ ଲିଟର ହେବ ବୋଲି ଥାନା ଅଧିକାରୀ କୃପାସିନ୍ଧୁ ବରାଡ଼ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe