କନ୍ଧମାଳକୁ ପୁଣି ଲେଉଟିଲା ଶୀତ; କେଉଁଠି ମୁକୁଳା ତ ଆଉ କେଉଁଠି ବାଡ, ବାହାରୁ ଆସି ନିରାଶରେ ଫେରୁଛନ୍ତି ପର୍ଯ୍ୟଟକ 

Advertisment
କନ୍ଧମାଳକୁ ପୁଣି ଲେଉଟିଲା ଶୀତ; କେଉଁଠି ମୁକୁଳା ତ ଆଉ କେଉଁଠି ବାଡ, ବାହାରୁ ଆସି ନିରାଶରେ ଫେରୁଛନ୍ତି ପର୍ଯ୍ୟଟକ 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡିରେ ଖୋଲିଛି ଇକୋ-ରିଟ୍ରିଟ୍। ସେଠାକୁ ଦେଶ ବିଦେଶର ପର୍ଯ୍ୟଟକ ଆସୁଛନ୍ତି। ରହିବା ଓ ଖାଇବା ସହ ଶୀତରୁ ମଜା ଉଠାଉଛନ୍ତି। ହେଲେ ବ୍ୟୟ ବହୁଳ ହୋଇଥିବାରୁ ସାଧାରଣ ଲୋକ ସେଠାରୁ ଫାଇଦା ପାଇ ପାରୁ ନାହାନ୍ତି। ଇକୋ-ରିଟ୍ରିଟ ଖୋଲିବା ନେଇ ପୂର୍ବରୁ ପ୍ରଚାର ଓ ପ୍ରସାର ହେଲା। ଗଣମାଧ୍ୟମରେ ବିଜ୍ଞାପନ ପ୍ରକାଶ ପାଇଲା। ଇକୋ-ରିଟ୍ରିଟ ସହ  କନ୍ଧମାଳର ସବୁ ପର୍ଯ୍ୟଟନ ସ୍ଥଳ ଖୋଲିଲା ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିଲା। ଯାହା ଫଳରେ ଶୀତ ଆଗମନ ପରେ କନ୍ଧମାଳକୁ ବାହାର ଜିଲ୍ଲାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଲା। ହେଲେ ପ୍ରଶାସନର ଦ୍ବନ୍ଦ ନିଷ୍ପତ୍ତି ପାଇଁ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କୁ ନିରାଶ ହୋଇ ଫେରିବାକୁ ପଡୁଛି। କେତେକ ପର୍ଯ୍ୟଟନ ସ୍ଥଳୀ ଖୋଲା ରହୁଥିବା ବେଳେ ଆଉ ବହୁ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀରେ ବାଡ ପକାଇ ରାସ୍ତା ଅବରୋଧ କରାଯାଇଛି। ପୁତୁଡି ଓ କଟ୍ରାମାଲ ଭଳି ଜଳ ପ୍ରପାତକୁ ଯିବା ପାଇଁ ବାଟରେ ବାଉଁଶ ପକାଇ ଅବରୋଧ କରାଯାଇଛି। ଆଉ ସେଠାରେ ପୁଲିସ କର୍ମଚାରୀ ଜଗି ରହିଛନ୍ତି।

ବହୁ ବାହାର ପର୍ଯ୍ୟଟକ ପୁତୁଡି ଓ କାଟ୍ରାମାଲ ଜଳ ପ୍ରପାତ ଦେବାକୁ ଆସି ବାଟରୁ ଫେରୁଛନ୍ତି। ଏ ନେଇ ସେମାନେ ଅନୁରୋଧ କରୁଥିଲେ ବି ପ୍ରଶାସନର ନିର୍ଦ୍ଦେଶ ରହିଛି ବୋଲି ପୁଲିସ କର୍ମଚାରୀ କହୁଛନ୍ତି। ଆଜି କେନ୍ଦ୍ରାପଡା ଓ କେନ୍ଦୁଝରକୁ ଆସିଥିବା ପର୍ଯ୍ୟଟକ ପୁତୁଡି ଓ କଟା‌ମ‌ାଲକୁ ଆସି ନିରାଶ ହୋଇ ଫେରିଛନ୍ତି। ପ୍ରାକୃତିକ ମନ‌ଲୋଭା ପର୍ଯ୍ୟଟନସ୍ଥଳୀ ବୁଲିଲେ କରୋନା ହେବ। ଆଉ  ଇକୋ-ରିଟ୍ରିଟରେ ରହିଲେ କରୋନା କଣ ଭୟରେ ପଳାଇବ ବୋଲି ସେମାନେ ପ୍ରତିକ୍ରିୟାରେ କହିଛନ୍ତି। ବେଶୀ ଗହଳି ନ କରି ଦୁରଦୁରାନ୍ତରୁ ଆସୁଥିବା ପର୍ଯ୍ୟଟକଙ୍କୁ ପ୍ରସିଦ୍ଧ ମନଲୋଭା ପର୍ଯ୍ୟଟନସ୍ଥଳୀକୁ ଯିବା ପାଇଁ ପ୍ରଶାସନ ଅନୁମତି ଦେବା ଦରକାର ବୋଲି ବିଭିନ୍ନ ମହଲରୁ ମତ ପ୍ରକାଶ ପାଇଛି।

ଏପଟେ ଦୁଇ ଦିନ ହେଲା ଶୀତ ଟିକେ କମିଥିବା ବେ‌ଳେ ଆଜିଠୁ ପୁଣି ଶୀତ ବଡିଛି। ଫୁଲବାଣୀର ତାପମାତ୍ରା ଗତକାଲି ୬ ଡିଗ୍ରି ଥିବା ବେଳେ ଆଜି ପାରଦ ତଳକୁ ଖସି ୫.୫ ରହିଛି। ହେଲେ ଗତକାଲି ଭଳି ଆଜି ବି ଦାରିଙ୍ଗବାଡିର ତାପମାତ୍ରା ୬ ଡିଗ୍ରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe