ନବରଙ୍ଗପୁରରେ ଏଣିକି ବେକରେ ମାସ୍କ ଲମ୍ବାଇଲେ ଦଣ୍ଡ

ସପ୍ତାହକ ଶନିବାର ଓ ରବିବାର ସଟଡାଉନ, ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ କର୍ଫ୍ୟୁ

ନବରଙ୍ଗପୁରରେ ଏଣିକି ବେକରେ ମାସ୍କ ଲମ୍ବାଇଲେ ଦଣ୍ଡ

ନବରଙ୍ଗପୁର: ଏଣିକି ମୁହଁରେ ମାସ୍କ ନଲଗାଇ ବେକରେ ମାସ୍କ ଓଳାଇଲେ ମାଫ ଦିଆଯିବ ନାହିଁ। ଘରୁ ବାହାରକୁ ବାହାରିଲେ ମାସ୍କକୁ ପାଟି ଓ ନାକକୁ ପୁରାପୁରି ଢାଙ୍କିବାକୁ ପଡିବ। ନଚେତ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ ଡଃ.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଯଦି କୌଣସି ଦୋକାନ ମଧ୍ୟରେ ସାମାଜିକ ଦୂରତା ନରୁହେ ତେବେ ଦୋକାନ ମାଲିକ ଏଥି ପାଇଁ ଦାୟୀ ରହିବେ। ସେନଲୁନ ଓ ବ୍ୟୁଟି ପାର୍ଲର ଗୁଡିକ ପ୍ରତି ଗ୍ରାହକଙ୍କ କାମ ସରିବା ପରେ ଉପଯୁକ୍ତ ସାନିଟାଇଜସନ କରିବେଯ ମଦ, ପାନ, ଘୁଟଖା ଓ ଟୁବାକୋ ସର୍ବସାଧାରଣ ସ୍ଥାନରେ ବ୍ୟବହାର ହୋଇପାରିବ ନାହିଁ।

ନବରଙ୍ଗପୁର ଜିଲ୍ଲାରେ କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବା ପରେ ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ କୋଠର ହୋଇଛି। ଜିଲ୍ଲାରେ କୋଭିଡ ଲକଡାଉନ ଆଇନକୁ କଡାକଡି ଭାବେ ପାଳନ ପାଇଁ ନୂଆ ଆଇନକୁ ଲାଗୁ କରାଯାଇଛି। ଏଣିକି ସପ୍ତାହକ ଶନିବାର ଓ ରବିବାର ଜିଲ୍ଲାସାରା ସଟଡାଉନ ରହିବ।

ସଟଡାଉନ ସମୟରେ କେବଳ ଜରୁରୀ ସେବା ପ୍ରଦାନକାରି ସଂସ୍ଥାକୁ ଛାଡିଦେଲେ ସମସ୍ତ ପ୍ରକାର ବ୍ୟବସାୟିକ ସଂସ୍ଥାନ ବନ୍ଦ ରହିବ। ଖିର ବୁଥ୍‌କୁ ଅନୁମତି ମିଳିଛି। ଘରୋଇ ଡେଲିଭେରୀ ପ୍ରଦାନ କାରି ସଂସ୍ଥା ଲୋକଙ୍କ ଘରେ ପନିପରିବା, ଖାଦ୍ୟ ପଦାର୍ଥ, ରାସନ ଆଦି ଯୋଗାଇପାରିବ। ଲକଡାଉନ ଆଇନକୁ ଆସନ୍ତା ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସମସ୍ତ ପ୍ରକାର ଧର୍ମାନୁଷ୍ଠାନ ବନ୍ଦ ବଳବତ୍ତର ରହିବ।

ସେହିପରି ଭାବେ ଜିମ୍‌, କଲ୍ୟାଣ ମଣ୍ଡପ, ରାଜନୈତିକ, ସାମାଜିକ ଓ ଧାର୍ମିକ ସମାବେଶ ବନ୍ଦ ରହିବ। ସମସ୍ତ ପ୍ରକାର ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ଗୁଡିକ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ସଟଡାଉନକୁ ଛାଡିଦେଲେ ଅନ୍ୟ ଦିନ ଗୁଡକରେ କଣ୍ଟେନମେଣ୍ଟ ଓ ବଫର ଜୋନ୍‌କୁ ଛାଡିଦେଲେ ପୂର୍ବ ଭଳି ବ୍ୟବସାୟିକ ପ୍ରତିଷ୍ଠାନ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲା ରହିବ। ରାତି ୯ଟାରୁ ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁ ବଳବତ୍ତର ରହିବ। ସେହି ସମୟରେ କୌଣସି ବ୍ୟକ୍ତି ବିନା ଅନୁମତିରେ ବାହାରକୁ ବାହାରିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବାହାର ଅଞ୍ଚଳରେ କୌଣସି ୭ରୁ ଉର୍ଦ୍ଧ ବ୍ୟକ୍ତି ଗୋଟିଏ ସ୍ଥାନରେ ରହିପାରିବେ ନାହିଁ।

ସାମାଜିକ ଦୂରତାକୁ କଡାକଡି ପାଳନ କରାଯିବ। ବିବାହ ପାଇଁ ବାରତ ଶୋଭାଯାତ୍ରା ଆସିପାରିବ ନାହିଁକି ରାଜନେତିକ ରାଲିର ଆୟୋଜନ ହୋଇପାରିବ ନାହିଁ। ସାମାଜିକ ଗଣମାଧ୍ୟମରେ କୌଣସି ପ୍ରକାର ଗୁଜବ, ମିଥ୍ୟା ଓ ଅପପ୍ରଚାରକୁ ପ୍ରସୟ ଦିଆଯିବ ନାହିଁ। କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ବରୁ ଲକଡାଉନ ସମୟରେ ମାସ୍କ ବ୍ୟବହାରକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ବିନା ମାସ୍କରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ ଜରିମାନା ଆଦାୟ କରାଯାଇଥିଲା।

ତେବେ ପୁଲିସ ଓ ପ୍ରଶାସନ ଦେଖିବାକୁ ପାଇଥିଲେ ଯେ ବହୁ ସଂଖ୍ୟାରେ ବ୍ୟକ୍ତି ମାନେ କେବଳ ଜରିମାନାକୁ ଏଡାଇବା ପାଇଁ ବେକରେ ମାସ୍କ ଓଳାଇଥାନ୍ତି। କେବଳ ରାସ୍ତାରେ ନୁହେଁ କିଛି ସରକାରୀ କାର୍ଯ୍ୟାଳୟରେ କର୍ମଚାରୀମାନେ ବି ବେକରେ ମାସ୍କ ଓଳାଇଥିବାର ଖୋଦ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା। ଏହାକୁ ନେଇ ଚିନ୍ତା ପ୍ରକଟ କରିଛି ପୁଲିସ ଓ ପ୍ରଶାସନ।

ସମସ୍ତ ସ୍ଥାନରେ ଉପଯୁକ୍ତ ବିଶୋଧନ କରିବା ପାଇଁ ନିର୍ଦ୍ଧେଶ ଦିଆଯାଇଛି। ଯଥା ସମ୍ଭବ ଘରେ କାମ କରିବା ଅଭ୍ୟାସ ଆରମ୍ଭ କରିବା ପାଇଁ ପରାମର୍ଶ ଦିଆଯାଇଛି। ନବରଙ୍ଗପୁର ଜିଲ୍ଲାରେ ୪ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା ବ୍ୟକ୍ତିମାନେ କୋଭିଡ୍‌ ହସପିଟାଲରୁ ନିଜ ଘରକୁ ଫେରିଛନ୍ତି। ତେବେ ଜିଲ୍ଲାରେ ମୋଟ ୪୨ ଜଣ ସଂକ୍ରମଣ ମଧ୍ୟରୁ ପୂର୍ବରୁ ୧୧ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ପୁଣି ୪ ଜଣ ସୁସ୍ଥ ହୋଇଛନ୍ତି। ଜିଲ୍ଲାରେ ଆଜି ସୁଦ୍ଧା ମୋଟ ୧୫ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ବି ୨୬ ଜଣ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe