ବଣମଲ୍ଲୀ ନାଗେଶ୍ବରୀ ବିନା ତାଲିମରେ ଆଙ୍କୁଛନ୍ତି ଆକର୍ଷଣୀୟ ପେନସିଲ୍ ଆର୍ଟ; ବାଣ୍ଟୁଛନ୍ତି ସଚେତନାର ବାର୍ତ୍ତା

ବଣମଲ୍ଲୀ ନାଗେଶ୍ବରୀ ବିନା ତାଲିମରେ ଆଙ୍କୁଛନ୍ତି ଆକର୍ଷଣୀୟ ପେନସିଲ୍ ଆର୍ଟ; ବାଣ୍ଟୁଛନ୍ତି ସଚେତନାର ବାର୍ତ୍ତା

ଜୟପୁର: ଚର୍ଚ୍ଚାରେ ଜୟପୁର ସହରର ବଣମଲ୍ଲୀ ନାଗେଶ୍ବରୀ ଗାଧବା | ବିନା ତାଲିମ ଓ ପ୍ରଶିକ୍ଷଣରେ ବଣମଲ୍ଲୀ ନାଗେଶ୍ବରୀ ଗାଧବା ଅତ୍ୟନ୍ତ ଆକର୍ଷଣୀୟ ପେନସିଲ ଆର୍ଟ କରି ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ସେ ଏବେ ସ୍ଥାନୀୟ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ୯ମ ଶ୍ରେଣୀରେ ପଢ଼ୁଛନ୍ତି। ତେବେ ସ୍କୁଲ ଗତ ଦେଢ଼ ବର୍ଷ ହେବ ଛୁଟି ହେବା ପରଠାରୁ ଘରେ ରହି ନିଜ ମଧ୍ୟରେ ରହିଥିବା ଲୁକ୍କାୟିତ କଳାକୁ ସେ ପରିସ୍ଫୁଟିତ କରିବାରେ ଲାଗି ପଡ଼ିଛନ୍ତି। ବିନା ତାଲିମ ଓ ପ୍ରଶିକ୍ଷଣରେ ସେ ମାସ୍କ ପିନ୍ଧିବା ସଚେତନତା ବାର୍ତ୍ତାର ଚିତ୍ର ଆଙ୍କିବା ସହ ବିଭିନ୍ନ ମହିଳାଙ୍କ ଚିତ୍ର ବି ଆଙ୍କୁଛନ୍ତି।

ଜୟପୁର ସହରର ଜୟନଗର ଗାଧବା ସାହିର କମଲୋଚନ ଗାଧବାଙ୍କ ଝିଅ ନାଗେଶ୍ବରୀ। କମଲୋଚନ ଓ ତାଙ୍କ ପତ୍ନୀ ଦିନ ମଜୁରିଆ ଭାବେ କାମ କରି ପରିବାରର ପ୍ରତିପୋଷଣ କରୁଛନ୍ତି। ଚାଳ ଛପର ଘରେ ଏମାନେ ରହୁଥିବା ବେଳେ ବହୁ କଷ୍ଟରେ ନାଗେଶ୍ବରୀ ଓ ସାନ ଭାଇକୁ ପାଠ ପଢ଼ାଉଥିବା କହିଛନ୍ତି କମଲୋଚନ।

publive-image

ତେବେ ଝିଅର କଳାପ୍ରତି ଥିବା ସର୍ମପଣ ମନୋଭାବ ଏବଂ ଇଚ୍ଛା ରହିଥିବା ଜାଣିଥିଲେ ସୁଦ୍ଧା ଚିତ୍ରକଳା ଶିଖାଇବାକୁ ତାଙ୍କ ନିକଟରେ ଆର୍ଥିକ ସମ୍ବଳ ନଥିବା କହିଛନ୍ତି କମଲୋଚନ। ସାହିରେ କିଛି ପର୍ବପର୍ବାଣୀ, ବାହା, ବ୍ରତ ଓ ପୂଜା ଆଦିରେ ବି ନାଗେଶ୍ବରୀ ସୁନ୍ଦର ଝୋଟି ଓ ଚିତ୍ର ଆଙ୍କୁ ଥିବା ସାହି ବାସିନ୍ଦା କହିଛନ୍ତି। ରାଜ୍ୟ, ଜାତୀୟ ଏବଂ ଅର୍ନ୍ତଜାତୀୟ ସ୍ତରରେ ବଡ଼ ଚିତ୍ରକାର ହେବାର ଲକ୍ଷ୍ୟ ରହିଛି ବୋଲି କହିଛନ୍ତି ନାଗେଶ୍ବରୀ ବଣମଲ୍ଲୀ | ନାଗେଶ୍ବରୀ ବଣରେ ଫୁଟି ବଣରେ ଝଡ଼ିଯିବ ନାହିଁତ ଏପରି ପ୍ରଶ୍ନ ଏବେ ସାଧାରଣରେ ଉଠିଛି। ପ୍ରଶାସନ କିମ୍ବା ବଦାନ୍ୟ ବ୍ୟକ୍ତି ନାଗେଶ୍ବରୀଙ୍କୁ ଉତ୍ତମ ତାଲିମ ଓ ସହଯୋଗର ହାତ ବଢ଼ାଇଲେ ସେ ରଖିଥିବା ଲକ୍ଷ୍ୟ ନିଶ୍ଚିତ ରୁପେ ସାଧିତ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe