The Financial Express
ଯାଜପୁରସଦର: ହେଲମେଟ ପିନ୍ଧି ନ ଆସିଲେ କଲେଜକୁ ବାଇକ୍ ମନା। ଏପରି ଏକ ବିଜ୍ଞପ୍ତି ଜାରି କରିଛନ୍ତି ଗୋପବନ୍ଧୁ ଚୌଧୁରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ପ୍ରବୋଧ କୁମାର ସାମଲ। କେବଳ ବାଇକ୍ ଚଳାଉଥିବା ଛାତ୍ରଛାତ୍ରୀ ନୁହେଁ, ପଛରେ ଯିଏ ବସିଥିବ ସେ ମଧ୍ୟ ହେଲମେଟ ପିନ୍ଧିବାକୁ ବାଧ୍ୟ। ଯଦି କେହି ଛାତ୍ରଛାତ୍ରୀ ବିନା ହେଲମେଟରେ ବାଇକ୍ ଆଣନ୍ତି ତେବେ ତାଙ୍କୁ କଲେଜ ପରିସରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବାକୁ ନିର୍ଦେଶ ଦିଆଯାଇଛି। ଏନେଇ ଅଧ୍ୟକ୍ଷ ପ୍ରଫେସର ସାମଲ କୁହନ୍ତି ବାଇକ କିମ୍ବା ସ୍କୁଟି ଚାଳନା ସମୟରେ ହେଲମେଟ ପିନ୍ଧିବା ଜରୁରି। ବହୁ ଛାତ୍ରଛାତ୍ରୀ ବିନା ହେଲମେଟ୍ରେ ଗାଡି ଚାଳନା କରୁଥିବା ଦେଖାଯାଇଛି। ତେଣୁ କେବଳ ଆମ କଲେଜ ଛାତ୍ରଛାତ୍ରୀ ନୁହନ୍ତି, ବାଇକ ଚଳାଇବା ସମୟରେ ସମସ୍ତେ ହେଲମେଟ ପିନ୍ଧିବା ଜରୁରି ବୋଲି ସେ କହିଛନ୍ତି।
Follow Us