ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ

Advertisment
ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୪ବର୍ଷ ଜେଲ, ୨୧ ହଜାର ଜରିମାନା

Image Source: Deccan Herald

ଜୟପୁର: କୋରାପୁଟ ଟାଉନ ଥାନା ଅଞ୍ଚଳରେ ଗତ ୨୦୧୭ ମସିହାରେ ହୋଇଥିବା ଗୋଟିଏ ଦୁଷ୍କର୍ମ ମାମଲାରେ ପୁଲିସ ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଦେଇ ନପାରିବାରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ ଶିବ ପ୍ରସାଦ ଯାଦବଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୭ମସିହା ଏପ୍ରିଲ ୬ତାରିଖ ଦିନ କୋରାପୁଟ ଟାଉନଥାନା ଅଞ୍ଚଳର ଜୈନେକା ନାବାଳିକାଙ୍କୁ ଅଭିଯୁକ୍ତ ଶିବ ପ୍ରସାଦ ଯାଦବ ଅପହରଣ କରି‌ ନେଇଥିଲେ। ବିବାହ କରିବାର ମିଥ୍ୟା ପ୍ରତିଶ୍ରୁତି ଦେବା ସହ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ।

ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ କୋରାପୁଟ ଟାଉନ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୁକ୍ତଙ୍କୁ ଧରିବା ସହ ପୀଡ଼ିତାଙ୍କୁ ଉଦ୍ଧାର କରାଯାଇଥିଲା। ଉଭୟଙ୍କ ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ କୋର୍ଟରେ ୨୦ଜଣଙ୍କର ସାକ୍ଷ୍ୟ ନିଆଯାଇଥିଲା। ଉପଯୁକ୍ତ ତଦନ୍ତ ଓ ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତ ଶିବ ପ୍ରସାଦ ଯାଦବଙ୍କୁ ନିର୍ଦେଶରେ ଖଲାସ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଆରତୀ ମହାନ୍ତି ଓ ତାଙ୍କ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe