ପାରାଦୀପ ବନ୍ଦରକୁ ବିଶ୍ବସ୍ତରୀୟ ପାଇଁ କେନ୍ଦ୍ର କ୍ୟାବିନେଟ୍‌ ନିଷ୍ପତ୍ତି; ୱେଷ୍ଟର୍ଣ୍ଣ ଡକ୍‌ର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ

Advertisment
ଖଣି ସହ ପାରାଦୀପ ବନ୍ଦରର ସଂଯୋଗ ଉପରେ ଗୁରୁତ୍ବ

The Economic Times

ଜଗତସିଂହପୁର: ପାରାଦୀପ ବନ୍ଦରରେ ଆଭ୍ୟନ୍ତରୀଣ ପୋତାଶ୍ରୟରେ କେପ୍ ସାଇଜ୍ (ବୃହତ) ଜାହାଜ ଚଳାଚଳ ପାଇଁ ସହଭାଗିତାରେ ନିର୍ମାଣ, ସଂଚାଳନ ଓ ହସ୍ତାନ୍ତର ଆଧାରରେ ଓ୍ବେଷ୍ଟର୍ଣ୍ଣ ଡକ୍‌ର ବିକାଶକୁ କ୍ୟାବିନେଟ୍ ମଞ୍ଜୁରୀ ଦେଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂପର୍କିତ ମନ୍ତ୍ରିମଣ୍ତଳ ସମିତି ବୈଠକରେ ପାରାଦୀପ ବନ୍ଦରର ଆଭ୍ୟନ୍ତରୀଣ ପୋତାଶ୍ରୟର ସମସ୍ତ ସୁବିଧାକୁ ଅଧିକ ମଜବୁତ ଓ ଉନ୍ନତ କରିବା ଯୋଜାନାକୁ ମଂଜୁରୀ ପ୍ରଦାନ କରିଛି। କେନ୍ଦ୍ର ବନ୍ଦର ଜାହାଜ ଚଳାଚଳ ଓ ଜଳମାର୍ଗ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ) ମନସୁଖ ମଣ୍ତାଭୈୟା ନୂଆଦିଲ୍ଲୀରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ପୂର୍ବୋଦୟ ପରିକଳ୍ପନା ଅର୍ନ୍ତଗତ ଏହି ପ୍ରକଳ୍ପ ଲାଗି ଆନୁମାନିକ ୩୦୦୪.୬୩ କୋଟି ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ନୂଆ ଓ୍ବେଷ୍ଟର୍ଣ୍ଣ ଡକ୍‌ର ବିକାଶ ଲାଗି (ବି.ଓ.ଟି.) ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥିବା ସଂସ୍ଥା, ୨୦୪୦ କୋଟି ଟଙ୍କା ଏବଂ ଖନନ ଲାଗି ୩୫୨.୧୩ କୋଟି ଟଙ୍କା ପୁଞ୍ଜିନିବେଶ କରିବ। ଆନୁଷଙ୍ଗିକ ଭିତ୍ତିଭୂମି ସହାୟତା ବାବଦକୁ ପାରାଦୀପ ବନ୍ଦର ୬୧୨.୫୦କୋଟି ଟଙ୍କା ପୁଞ୍ଜି ଖଟାଇବ।

ପ୍ରସ୍ତାବିତ ପ୍ରକଳ୍ପ ଲାଗି ବି.ଓ.ଟି. ଆଧାରରେ ରିହାତି ପାଇବାକୁ ଥିବା ଚୟନ ହେଉଥବା ସଂସ୍ଥା କେପ୍ ଆକାରର ଜାହାଜ ଚଳାଚଳ ଲାଗି ବାର୍ଷିକ ୨୫ ମେଟ୍ରିକ ଟନ୍ ପଣ୍ୟ କାରବାର କ୍ଷମତା ସଂପନ୍ନ ଓ୍ବେଷ୍ଟର୍ଣ୍ଣ ଡକ୍‌ର ପୋତାଶ୍ରୟ ଦୁଇଟି ପର୍ଯ୍ୟାୟରେ ବିକଶିତ କରିବ। ପ୍ରତି ପର୍ଯ୍ୟାୟରେ ୧୨.୫୦ ନିୟୁତ ମେଟ୍ରିକ୍ ଟନ୍ କ୍ଷମତାର ନିର୍ମାଣ କରାଯିବ। ୩୦ ବର୍ଷ ଯାଏଁ ସଂସ୍ଥାର ରିହାତି ଅବଧି ମିଳିବ। ପାରାଦୀପ ବନ୍ଦର କେପ୍ ଆକାର ଜାହାଜର ସୁଗମ ଚଳାଚଳ ଲାଗି ବ୍ରେକ ୱାଟର ସଂପ୍ରସାରଣ ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ଭିତ୍ତିଭୂମି ସହାୟତା ପ୍ରଦାନ କରିବ। ଏହାଦ୍ବାରା ପଣ୍ୟ କାରବାର ଖର୍ଚ୍ଚ ଯଥେଷ୍ଟ ହ୍ରାସ ପାଇବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ମଣ୍ତାଭୈୟା କହିଛନ୍ତି।

ଚାଲୁ ହେବା ପରେ ଏହି ପ୍ରକଳ୍ପ କୋଇଲା ଓ ଚୂନପଥର ଆମଦାନୀରେ ବିଶେଷ ସହାୟକ ହେବ। ଏହାଛଡା ପାରାଦୀପ ବନ୍ଦରର ପାର୍ଶ୍ବବର୍ତୀ ଅଞ୍ଚଳରେ ଗଢି ଉଠିଥିବା ବହୁ ସଂଖ୍ୟକ ଇସ୍ପାତ ପ୍ରକଳ୍ପ ପରିପ୍ରେକ୍ଷୀରେ ସ୍ଳାଗ ଓ ଇସ୍ପାତ ଉତ୍ପାଦ ରପ୍ତାନୀରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହି ପ୍ରକଳ୍ପ ଦ୍ବାରା ସଂପ୍ରତି ବନ୍ଦରରେ ହେଉଥିବା ଜାହାଜ ଗୁଡିକର ଭିଡ ଯଥେଷ୍ଟ ହ୍ରାସ ପାଇବ। ଅଧିକନ୍ତୁ ଜାହଜ ମାହାସୁଲ ହ୍ରାସ ଯୋଗୁଁ କୋଇଲା ଆମଦାନୀ ଦର ଶସ୍ତା ହେବ ତଥା ବନ୍ଦର ପାର୍ଶ୍ବ ଅଂଚଳରେ ଔଦ୍ୟୋଗିକ ଅର୍ଥନୀତିରେ ବିକାଶ ସାଧିତ ହୋଇ ପ୍ରତ୍ୟେକ୍ଷ ଓ ପରୋକ୍ଷ ଭାବେ ୧,୫୦୦ ଜଣଙ୍କ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହେବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe