୨ଥର ଗର୍ଭପାତ କରାଇଥିବା ପ୍ରେମିକ ଅନ୍ୟତ୍ର ବିବାହ କରୁଥିବା ନେଇ ଥାନାରେ ଯୁବତୀଙ୍କ ଅଭିଯୋଗ

କମେଣ୍ଟମରାକୁ ନେଇ ତୁମୁଳକାଣ୍ଡ: ପତ୍ନୀ ଓ ଶିଶୁପୁତ୍ର ସହ ଔଷଧ ଦୋକାନୀଙ୍କୁ ଆକ୍ରମଣ, ଡାକ୍ତରଖାନାରେ ଭର୍ତ୍ତି

ସୋର: ବେକାର ଥିବା ବେଳେ ପ୍ରେମିକାର ରୋଜଗାର ଉପରେ ନିର୍ଭର କରୁଥିଲେ ଯୁବକ। ଆଉ ଧୀରେ ଧୀରେ ପ୍ରେମିକାଙ୍କ ସହିତ ଘନିଷ୍ଠ ହେବାରୁ ଗୋଟିଏ ଘରେ ଲିଭ୍‌ ଇନ୍‌ ରିଲେସନ୍‌ ( ପତ୍ନୀପତି)ଭାବେ ଚଳିଥିଲେ। ଏହି ସମ୍ପର୍କରୁ ପ୍ରେମିକା ଦୁଇଥର ଅନ୍ତସତ୍ତ୍ୱା ହୋଇଥିଲେ। ମାତ୍ର ଦୁଇଥର ଯାକ ତଥାକଥିକ ପ୍ରେମିକ ପ୍ରେମିକାଙ୍କର ଗର୍ଭପାତ କରାଇଥିଲେ। ଆଉ ଇତିମଧ୍ୟରେ ସରକାରୀ ଚାକରି ପାଇଯିବା ପରେ ପ୍ରେମିକ ଜଣକ ଆଉ ଧରାଛୁଆଁ ଦେଲେ ନାହିଁ ପ୍ରେମିକାଙ୍କୁ। ଯେହେତୁ ସେମାନେ ଲିଭ୍‌ ଇନ୍‌ ରିଲେସନ୍‌ରେ ରହୁଥିଲେଏହାକୁ ବିବାହ ଓ ପ୍ରେମିକାଙ୍କୁ ପତ୍ନୀ ବୋଲି ମାନିବାକୁ ନାରଜ ଯୁବକ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ଯୁବକଙ୍କ ଏହି କାର୍ଯ୍ୟ ଜାଣିବା ପରେ ପ୍ରେମିକା ଜଣକ ଆସି ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ସୋର ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ସୋର ପୌରାଞ୍ଚଳର ଜଣେ ଯୁବତୀ ଏକ ଏନଜିଓ ସହଯୋଗରେ ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ ଏକ ଟେଲରିଂ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ। ସେହି ସମୟରେ ତାଙ୍କର ରାସାଗାବିନ୍ଦପୁର ଥାନା ସାରୁମୁଣା ଗାଁର ସାଗରମ ମୁର୍ମୁ( ୨୯ ବର୍ଷ)ଙ୍କ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଉଭୟ ଏକ ଭଡ଼ାଘର ଉଦଳାରେ ନେଇ ପତ୍ନୀପତି ଭାବେ ରହିଥିଲେ। ଯୁବତୀଜଣକ ଅଭିଯୋଗ କରିଛନ୍ତି ଯେ ଏହି ସମ୍ପର୍କର୍ରୁ ଯୁବତୀଜଣକ ଦୁଇଥର ଅନ୍ତସତ୍ତ୍ୱା ହୋଇଥିଲେ ମଧ୍ୟ ଚାକିରି ହୋଇ ନ ଥିବାରୁ ସେମାନେ ଏତେ ଶୀଘ୍ର ସନ୍ତାନର ପିତାମାତା ହେବା ଉଚିତ ନୁହେଁ ବୋଲି ବୁଝାଇ ଯୁବତୀଙ୍କର ଦୁଇ ଥର ଗର୍ଭପାତ କରାଇଥିଲେ ସାଗରମ । ତେବେ ଇତିମଧ୍ୟରେ ସାଗରମ ଫାୟାରମ୍ୟନ ଭାବେ ଚାକିରି ପାଇ କନ୍ଧମାଳରେ ଚାକିରି କରିବା ପରେ ଆଉ ଯୁବତୀଙ୍କ ସହିତ କୌଣସି ସମ୍ପର୍କ ରଖି ନ ଥିଲେ। ଏପରିକି ଯୁବତୀଙ୍କୁ ଛାଡ଼ି ଅନ୍ୟତ୍ର ବିବାହ ପାଇଁ ଯୋଜନା କରୁଥିବା ଜାଣିବା ପରେ ଯୁବତୀ ଜଣକ ଏ ନେଇ ସୋର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।ଘଟଣା ରାସାଗାବିନ୍ଦପୁର ଥାନା ଅଞ୍ଚଳରେ ହୋଇଥିବାରୁ ଘଟଣା ସେ ଥାନାକୁ ସ୍ଥାନାନ୍ତର କରାଯିବ ବୋଲି ସୋର ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe