ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଅପହରଣ ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

Advertisment
ମାନସିକ ବିକାରଗ୍ରସ୍ତ ଯୁବତୀଙ୍କୁ ଅପହରଣ ଉଦ୍ୟମ, ଉଦ୍ଧାର କଲେ ସ୍ଥାନୀୟ ଯୁବକ

Representation image

ରାଉରକେଲା: ଜଣେ ମାନସିକ ବିକାର ଗ୍ରସ୍ତ ଜଣେ ଯୁବତୀଙ୍କୁ ବଳପୂର୍ବକୁ ଅପହରଣ ଉଦ୍ୟମ ହୋଇଛି। ସ୍ଥାନୀୟ କିଛି ଯୁବକଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ସଂପୃକ୍ତ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ରାମଗଡ଼ ବସ୍ତିର ଅଭିଯୁକ୍ତ ଯୁବକ(୨୫)କୁ ସେକ୍ଟର-୧୯ ପୁଲିସ ଅଟକ ରଖି ପଚରାଉଚରା ଜାରି ରଖିଛି।

ସ୍ଥାନୀୟ ବାସନ୍ତୀକଲୋନିର ଜଣେ ମାନସିକ ବିକାର ଗ୍ରସ୍ତ ଯୁବତୀ(୩୦) ସ୍ଥାନୀୟ ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତେବେ ସେ ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ହସପିଟାଲରୁ ହଠାତ୍‌ ପଲାଇଆସିଥିଲେ। ଯୁବତୀ ଜଣକ ସେକ୍ଟର-୨୦ ରାଇଜିଂ କ୍ଲବ ସମ୍ମୁଖରେ ଛିଡ଼ା ହୋଇଥିଲେ। ବେଶ୍‌ କିଛି ସମୟରେ ରାମଗଡ଼ ବସ୍ତିର ଯୁବକ ଏକ ସ୍କୁଟିରେ ସେଠାରେ ପହଞ୍ଚିଥିଲା। କିଛି ସମୟପରେ ଯୁବକ ଜଣକ ଯୁବତୀଙ୍କୁ ସ୍କୁଟିରେ ନେଇଯାଇଥିଲା। ଏହାକୁ ଦେଖି ସ୍ଥାନୀୟ କିଛି ଯୁବକଙ୍କ ମନରେ ସନ୍ଦେହ ଜାତ ହେବାରୁ ସେମାନେ ଯୁବକକୁ ଗୋଡ଼ାଇଥିଲେ। ପରେ ଲକ୍ଷ୍ମୀ ମାର୍କେଟ୍‌ ଛକ ପାଖରେ ଯୁବକଙ୍କୁ କାବୁ କରି‌ନେଇଥିଲେ। ପରେ ଯୁବତୀଙ୍କ ସହ ସମ୍ପର୍କକୁ ନେଇ ପଚରାଉଚରା କରିବାରୁ ଯୁବକ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ପରେ ଅଭିଯୁକ୍ତକୁ ପୁଲିସ ଜିମା ଦିଆଯାଇଛି। କିଛି ସମୟରେ ଯୁବତୀଙ୍କୁ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚି ଯୁବତୀଙ୍କୁ ଘରକୁ ନେଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe