ମହିଳାଙ୍କୁ ପିଟିଲେ ଫାଇନାନ୍ସ କର୍ମଚାରୀ

Advertisment
ମହିଳାଙ୍କୁ ପିଟିଲେ ଫାଇନାନ୍ସ କର୍ମଚାରୀ

DNA India

ବରଗଡ଼: ଶନିବାର ଜଣେ ମହିଳାଙ୍କୁ ଫାଇନାନ୍ସ କର୍ମଚାରୀ ମାଡ଼ ମାରିଥିବା ବରଗଡ଼ ଟାଉନ ଥାନାରେ ଅଭିଯୋଗ ହୋଇଛି। ଡାଙ୍ଗ ନଦୀପଡ଼ାରେ ବସବାସ କରୁଥିବା କେତେଜଣ ମହିଳା ସୂର୍ଯ୍ୟଦୟା ଫାଇନାନ୍ସ କମ୍ପାନିରୁ ଋଣ ନେଇଥିଲେ। ଋଣ ଟଙ୍କା ବାବଦକୁ ମାସକୁ ୨୭ ଶହ ଟଙ୍କା ଲେଖାଏଁ ପରିଶୋଧ କରାଯାଏ। ଶନିବାର ଫାଇନାନ୍ସ କର୍ମଚାରୀ ସୁଶାନ୍ତ ପଣ୍ଡା ନଦୀପଡ଼ାକୁ ଟଙ୍କା ସଂଗ୍ରହ କରିବାକୁ ଆସିଥିଲେ। ସେଠାକାର ବନିତା ମାଝୀଙ୍କ ଗତ ୧୫ଦିନ ବ୍ୟବଧାନରେ ତାଙ୍କ ମା' ଓ ଶାଶୂଙ୍କ ମୃତ୍ୟୁ କାରଣରୁ ଚଳିତ ମାସ ଟଙ୍କା ଯୋଗାଡ଼ କରିପାରି ନଥିଲେ।

କିନ୍ତୁ ଫାଇନାନ୍ସ କର୍ମଚାରୀ ଟଙ୍କା ଦେବାକୁ ବାଧ୍ୟ କରିଥିବାରୁ ସେ ଅନ୍ୟତ୍ର ଋଣ ଆଣି ଟଙ୍କା ପରିଶୋଧ କରିଥିଲେ। ମାତ୍ର ଟଙ୍କା ଦେବାରେ ଅଧଘଣ୍ଟା ବିଳମ୍ବ ହେବାରୁ ଫାଇନ୍‌ ଆକାରରେ ୬ ଶହ ଟଙ୍କା ନେଇଥିଲେ। ମାତ୍ର ଫାଇନ୍‌ ୬ଶହ ଟଙ୍କା ବାବଦକୁ ବନିତା ମାଝୀ ରସିଦ ମାଗିବାରୁ ସେ ମନା କରିଥିଲେ। ଏତିକିରେ ଫାଇନାନ୍ସ କର୍ମଚାରୀ ଜଣକ ମହିଳାଙ୍କୁ ଗାଳି କରିବା ସହ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe