ହାଇଦ୍ରାବାଦରେ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ଖସି ଆସି ଜରଡ଼ା ଥାନାରେ ଅଭିଯୋଗ କଲେ ପତ୍ନୀ

Advertisment
ହାଇଦ୍ରାବାଦରେ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା, ଖସି ଆସି ଜରଡ଼ା ଥାନାରେ ଅଭିଯୋଗ କଲେ ପତ୍ନୀ

ପାତ୍ରପୁର: ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ଅଧୀନ ବିଜୟପୁର ଗ୍ରାମର ଅନୀତା ପ୍ରଧାନ (୨୭) ନାମକ ଜଣେ ମହିଳା ହାଇଦ୍ରାବାଦରେ ସ୍ବାମୀଙ୍କ ଅକଥନୀୟ ନିର୍ଯାତନା ସହି ନପାରି ସେଠାରୁ ଖସି ଆସିଛନ୍ତି। ଆଉ ନ୍ୟାୟ ପାଇଁ ଥାନାର ଦ୍ବାରସ୍ଥ ହୋଇଛନ୍ତି। ୨୦୧୬ରେ ଅନୀତା ନିଜ ଗ୍ରାମର ଜିତେନ୍ଦ୍ର ନାମକ ଜଣେ ଯୁବକଙ୍କୁ ପ୍ରେମ ବିବାହ କରିଥିଲେ। ଏକ ବର୍ଷ ପରେ ସେମାନଙ୍କ ପରିବାର ମଧ୍ୟରେ ଭଲ ସଂପର୍କ ସ୍ଥାପନ ହୋଇଥିଲା। ଜିତେନ୍ଦ୍ର ଓ ଅନୀତାଙ୍କ ଗୋଟିଏ ପାଞ୍ଚ ବର୍ଷର ପୁଅ ଓ ଦୁଇବର୍ଷର ଗୋଟିଏ ଝିଅ ଅଛନ୍ତି।

ବର୍ତ୍ତମାନ କିଛି ମାସ ହେଲା ଦମ୍ପତି ହାଇଦ୍ରାବାଦରେ ରହୁଥିଲେ। ଜିତେନ୍ଦ୍ର ସେଠା‌ରେ କାମ କରୁଛନ୍ତି। ହେଲେ ୧୫ ତିନ ହେଲା ଜିତେନ୍ଦ୍ର ପତ୍ନୀଙ୍କୁ ଅକଥନୀୟ ନିର୍ଯାତନା ଦେଇ ଆସୁଥିଲେ। ବନ୍ଦ କୋଠରି‌ରେ ରଖି ନିର୍ଧୁମ୍ ମାଡ଼ ମାରିବା ସହ ତତଲା ପିଠାପାତିଆ ତାଙ୍କ ଜଂଘରେ ଲଗାଇଥିଲେ। ଶେଷରେ ଅନୀତା ତାଙ୍କ ୨ ସନ୍ତାନ ସହ ହାଇଦ୍ରାବାଦରୁ ଖସି ଆସିବାରେ ସକ୍ଷମ ହୋଇଥିଲେ। ଗତ ୨୩ ତାରିଖରେ ଜରଡ଼ା ଥାନାରେ ଏତଲା ଦେଇଥିଲେ। ହେଲେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଅନୀତା ଅଭିଯୋଗ ଆଣିଛନ୍ତି। ଜରଡ଼ା ଥାନାଧିକାରୀ ଭାବାନନ୍ଦ ପ୍ରଧାନଙ୍କୁ ପଚାରିବାରୁ ଏଭଳି କିଛି ଅଭିଯୋଗ ବିଷୟରେ ସ‌େ ଜାଣି ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe