ଲାଞ୍ଜିଗଡ଼ ଅଞ୍ଚଳରେ ଝଡ଼ବର୍ଷା, ମହୁଲ ଗଛ ପଡ଼ି ମହିଳା ମୃତ

Advertisment
କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ଲାଞ୍ଜିଗଡ଼: ମହୁଲ ଗଛ ପଡ଼ି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ବିଜେପୁର ଥାନା ବାତିଆପଡ଼ାର ରୁପାଲି ମାଝୀ (୪୫)ଙ୍କ ମୃତ୍ୟୁ ଘଟିଛି। ବୁଧବାର ଅପରାହ୍‌ଣରେ ଲାଞ୍ଜିଗଡ଼ ବ୍ଲକ୍ ଅଞ୍ଚଳରେ ପ୍ରବଳ ଝଡ଼ ତୋଫାନ ହୋଇଥିଲା। ବର୍ଷା ସାଙ୍ଗକୁ ପ୍ରବଳ ବଗେରେ ପବନ ବହିବାରୁ ବିଭିନ୍ନ ସ୍ଥାନରେ ଗଛସବୁ ଉପୁଡ଼ି ପଡ଼ିଥିଲା। ଏହି ସମୟରେ ବ୍ଲକ୍‌ର ବେନଗାଁ ପଞ୍ଚାୟତ ବାତିଆପଡ଼ା ଗାଁର ରୁପାଲି ଏକ ମହୁଲ ଗଛ ମୂଳରେ ଆଶ୍ରୟ ନେଇଥିଲେ। ପବନରେ ମହୁଲ ଗଛ ଭାଙ୍ଗିଯିବାରୁ ଗଛ ତଳେ ଚାପିହୋଇ ତାଙ୍କ ମୃତ୍ୟୁ ଘଟିଥିଲା। ଗୁରୁବାର ପୁଅ ରାମଚନ୍ଦ୍ର ମାଝୀ ବିଜେପୁର ଥାନାରେ ଅଭିଯୋଗ କରିବା ପରେ ଥାନା ଅଧିକାରୀ ରଘୁନାଥ ମାଝୀଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe