ପୋଲ ତଳୁ ବିବାହିତା ମହିଳାଙ୍କ ହାତଗୋଡ ବନ୍ଧା ମୃତଦେହ ଉଦ୍ଧାର

ପୋଲ ତଳୁ ବିବାହିତା ମହିଳାଙ୍କ ହାତଗୋଡ ବନ୍ଧା ମୃତଦେହ ଉଦ୍ଧାର

sisat

ପର୍ଜଙ୍ଗ : ଢେ଼ଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ୧୪୯ ନମ୍ବର ଜାତୀୟ ରାଜପଥ ମହାବିରୋଡ଼ ଫାଣ୍ଡି  ଭେଜିଆ ରଗରଗା ପୋଲ ତଳୁ ଆଜି ଜଣେ ବିବାହିତ ମହିଳାଙ୍କ ହାତଗୋଡ ବନ୍ଧା ଅର୍ଧନଗ୍ନ ମୃତଦେହ ଉଧାର ହୋଇଛି । ଦୁଷ୍କର୍ମ ପରେ କେହି ଦୁର୍ବୁତ୍ତ ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହିଳା ୨/୩ ମାସର ଗର୍ଭବତୀ ଥିବା ସୂଚନା ଦେଇଛନ୍ତି କାମାକ୍ଷାନଗର ଏସଡିପିଓ ରଞ୍ଜନ କୁମାର ଦେ । ହତ୍ୟା କରିବା କେହି ଏଠାରେ ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ମୃତ ଦେହଟି ୪/ରୁ ୫ଦିନ ହେବ ବୋଲି ପୋଲିସ କହିଛି । ଘଟଣାସ୍ଥଳରେ ପର୍ଜଙ୍ଗ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଧିକ  ତଦନ୍ତ ଜାରି ରଖିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe