ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଚାରଧୀନ ମହିଳା କଏଦୀଙ୍କ ମୃତ୍ୟୁ

ଜାଇଁଙ୍କୁ ହତ୍ୟା ମାମଲାରେ ଦେଢ଼ ମାସ ପୂର୍ବରୁ ସଜା କାଟୁଥିଲେ

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପକାରାଗାରରେ ସଜା କାଟୁଥିବା ଜଣେ କଏଦୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ମହିଳା ହେଲେ ସୁକୁଟି ନାୟକ (୫୫)।

ସୂଚନା ଅନୁଯାଇ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅର୍ନ୍ତଗତ ଦେହୁରୀସାହିର ନଟବର ନାୟକ, ତାଙ୍କ ସ୍ତ୍ରୀ ସୁକୁଟି ନାୟକ ଓ ତାଙ୍କ ଝିଅ କମଲ ନାୟକ ଏକ ହତ୍ୟା ମାମଲାରେ ଗତମାସ ୩ ତାରିଖ ଠାରୁ ଉପକାରାଗାରରେ ସଜା କାଟୁଥିଲେ। ଗତମାସ ୨ ତାରିଖରେ ବିଶୋଇ ଥାନା ଅର୍ନ୍ତଗତ ଜାମୁଝରୀ ଗ୍ରାମର ଦଶରଥ ନାଏକ(୪୫)ଙ୍କୁ ୩ ଜଣ ମିଶି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେବା ପାଇଁ ଏକ ଗାମୁଛାରେ ଫାଶି କରି ଝୁଲାଇ ଦେଇଥିଲେ। ପୁଲିସ ପାରିପାର୍ଶ୍ବିକ ଦୃଷ୍ଟିରୁ ତାହା ହତ୍ୟାକାଣ୍ଡ ବୋଲି ସନ୍ଦେହ କରି ତଦନ୍ତ କରିବା ପରେ ହତ୍ୟା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ବିଶୋଇ ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ୩ ମେ ୨୦୨୪ରେ ତାଙ୍କୁ କୋର୍ଟ ଚାଲାଣ କରିଥିଲା।

ତେବେ ଜେଲ୍ କର୍ତ୍ତୃପକ୍ଷ ମାଟିଆଙ୍କ କହିବା ଅନୁଯାୟୀ ଗତ ୧୩ ଜୁନରେ ସୁକୁଟି ନାୟକ(୫୫)ଙ୍କ ବାନ୍ତି ହେବାରୁ ତାଙ୍କୁ ଚିକିତ୍ସା ନିମନ୍ତେ ରାଇରଙ୍ଗପୁର ଉପକଣ୍ଠ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେବାରୁ ଗତକାଲି ମେଡିକାଲରୁ ପୁଣି ଜେଲକୁ ପଠାଇ ଦିଆାଯାଇଥିଲା। ତେବେ ହଠାତ୍ ଗତକାଲି ସନ୍ଧ୍ୟାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟ୍ଟାପନ୍ନ ହେବାରୁ ପୁଣି ଥରେ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ଆଜି ସନ୍ଧ୍ୟା ସମୟରେ ସୁକୁଟିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁ କାରଣ ଜଣାପଡ଼ିବ ବୋଲି ଜେଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe