ପୋଖରୀରେ ବୁଡ଼ି ମହିଳା ମୃତ, ମା’ ଛେଉଣ୍ଡ ହେଲା ୨ ବର୍ଷର ଶିଶୁପୁତ୍ର

Advertisment
ମୟୂରଭଂଜ: ନଦୀରେ ବୁଡି ବୃଦ୍ଧାଙ୍କ ମୃତ୍ୟୁ

Representative image

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକମ୍ବା ପଂଚାୟତ ଅନ୍ତର୍ଗତ ଝାରବନ୍ଧଗୁଡା ଗ୍ରାମରେ ଜଣେ ମହିଳା ପୋଖରୀରେ ବୁଡ଼ିି ମୁତ୍ୟୁ ହୋଇଥିବା ସୂଚନା ମିଲିଛି। ଫଳରେ ଦୁଇ ବର୍ଷର ଶିଶୁପୁତ୍ର ମା’ ଛେଉଣ୍ଡ ହୋଇଯାଇଛି। ମୃତକଙ୍କ ନାମ ରାଧା ସନ୍ତା (୨୮)।

ସୂଚନା ଅନୁସାରେ ଝାରବନ୍ଧଗୁଡା ଗ୍ରାମର ସଭା ସନ୍ତଙ୍କ ସ୍ତ୍ରୀ ରାଧା ସନ୍ତା ଆଜି ସକାଳ ୯ଟା ସମୟରେ ଘର ପାଖରେ ଥିବା ପୋଖରୀରେ କିଛି ମହିଳା ସହ ମିଶି ଶୌଚ ପାଇଁ ଯାଇଥିଲେ। ତେବେ ଅସାବଧାନତା ଯୋଗୁଁ ଗଡ଼ ଖସି ଯାଇ ମହିଳା ଜଣକ ପୋଖରୀ ଭିତରେ ବୁଡି ଯାଇଥିଲେ। ସାଙ୍ଗରେ ଯାଇଥିବା ମହିଳା ମାନେ ପରିବାରକୁ ଖବର ଦେଇଥିଲେ।

ତେବେ ପରିବାର ଏବଂ ଗ୍ରାମବାସୀ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ସୁଧା କୌଣସି ସୁଫଳ ମିଳିନଥିଲା। ପରେ ଘଟଣା ନେଇ ଝରିଗାଁ ଥାନା ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଉଭୟ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପୋଖରୀ ଭିତରୁ ଶବ ଉଦ୍ଧାର କରିଥିଲେ। ପରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶରେ ଝାରବନ୍ଧଗୁଡା ଶ୍ୱସାନରେ ଶେଷକୃତ ସଂମ୍ପନ ହୋଥିଲା। ଏଠାରେ ପ୍ରକାଶ ଯେ ମୃତ ରାଧାଙ୍କର ଦୁଇ ବର୍ଷର ଶିଶୁପୁତ୍ରଟିଏ ଅଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe