Representative image
କଣ୍ଟାମାଳ: ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଘିକୁଣ୍ଡି ପଞ୍ଚାୟତ ପଥରଖଣ୍ଡି ଗାଁରେ ଜଣେ ମହିଳା ଗାଧୋଇବାକୁ ଯାଇ ପାଣିରେ ବୁଡ଼ିଯାଇଛନ୍ତି। ମୃତ ମହିଳାଙ୍କ ନାମ ଫୁଲ ସାହୁ।
ସୂଚନା ଅନୁସାରେ ଫୁଲ ଗାଁ ନିକଟରେ ପ୍ରବାହିତ ହେଉଥିବା ନାଳକୁ ଆଜି ଦିନ ୧୦ଟା ସମୟରେ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ତାଙ୍କର ଗୋଡଖସି ଯାଇଥିଲା। ମହିଳା ଜଣଙ୍କ ଏକୁଟିଆ ନାଳରେ ଗାଧୋଉଥିବା ବେଳେ ପାଣିରେ ବୁଡ଼ିଯାଇ ଭାସୁଥିବା ସମୟରେ ରାସ୍ତାରେ ଯାଉଥିବା ଲୋକେ ଦେଖି ତାଙ୍କୁ ଉଦ୍ଧାର କରିଥିଲେ। ସେତେବେଳକୁ ଉକ୍ତ ଫୁଲଙ୍କର ମୃତ୍ୟୁ ହୋଇଯାଇଥିଲା।
Follow Us