Shutterstock
ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଭାଲୁକନାଡ଼ି ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ମହିଳା ବିଷାକ୍ତ ଫଳ ଖାଇ ଆତ୍ମହତ୍ୟା କରିଥିବା ବେଳେ କାରଣ ସ୍ପଷ୍ଟ ହୋଇନାହିଁ।
ସୂଚନା ପ୍ରକାରେ ଭାଲୁକନାଡି ପଞ୍ଚାୟତ ସଦର ମହକୁମାର ମହେଶ୍ୱର ମାଝୀଙ୍କ ପତ୍ନୀ ବନବାସୀ ମାଝୀ (୫୫) କୌଣସି କାରଣରୁ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ବିଷାକ୍ତ ଫଳ (କନ୍ୟାରି ଫଳ) ଖାଇଦେଇ ଥିଲେ। ବନବାସୀ ବିଳମ୍ବିତ ରାତିରେ ବାନ୍ତି କରିବା ପରେ ପରିବାର ଲୋକ ବିଷାକ୍ତ ଫଳ ଖାଇଥିବା ଜାଣିପାରି ତୁରନ୍ତ ଆମ୍ବୁଲାନ୍ସ ଯୋଗେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆସିବା ପୂର୍ବରୁ ବନବାସୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପରିବାର ମଧ୍ୟରେ କୌଣସି ମନୋମାଳିନ୍ୟ ନଥିବା ବେଳେ କେଉଁ କାରଣରୁ ସ୍ତ୍ରୀ ବନବାସୀ ଆତ୍ମହତ୍ୟା କରିଛନ୍ତି ସେ ନେଇ ଜାଣି ନଥିବା ସ୍ୱାମୀ ମହେଶ୍ୱର କହିଛନ୍ତି।ଅନ୍ୟପକ୍ଷେ ବନବାସୀଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ଝରିଗାଁ ଥାନାରେ ଏକ ଲିଖିତ ଏତଲା ଦେବା ପରେ ଥାନା ଅଧିକାରୀ ତପନ କୁମାର ପତିଙ୍କ ନିର୍ଦ୍ଦେଶରେ ଏ ଏସ ଆଇ ପ୍ରମୋଦ କୁମାର ଖଣ୍ଡୁଆଳଙ୍କ ନେତୃତ୍ୱରେ ପୁଲିସ ଟିମ ପହଞ୍ଚି ଶବ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଝରିଗାଁ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପ୍ରକାଶ କରିଛି।
Follow Us