ନୂଆପଡ଼ା/ ସିନାପାଲି: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ୍ ଅନ୍ତର୍ଗତ ଗୋର୍ଲା ପଞ୍ଚାୟତ ଖିପ୍ରିମାଲ ଗ୍ରାମର ଜୈମନୀ ନିଆଲ (୪୦) ଭାଲୁ ଆକ୍ରମଣରେ ଆହତ ହୋଇଛନ୍ତି। ଗୁରୁବାର ସକାଳେ ଖିପ୍ରିମାଲ ଗ୍ରାମର କିଛି ମହିଳା ସ୍ଥାନୀୟ ବୈଜେଲପୁର ଲିପଟ ଚୁଏଣ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ସେଠାରେ ମହିଳାମାନେ କେନ୍ଦୁପତ୍ର ତୋଳୁଥିବା ବେଳେ ହଠାତ୍ ଏକ ଭାଲୁ ଜୈମନୀଙ୍କୁ ଆକ୍ରମଣ କରି ଲହୁଲୁହାଣ କରିଥିଲା। ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ପରେ ପରିବାର ଲୋକେ ଚିକିତ୍ସା ସହାୟତା ଦାବି କରିଛନ୍ତି।
ଭାଲୁ ଆକ୍ରମଣରେ ମହିଳା ଗୁରୁତର
Advertisment
Follow Us