ସାବିତ୍ରୀ ଅମାବାସ୍ୟା ଦିନେ ପରେ ସ୍ତ୍ରୀଙ୍କୁ ଗୁଳି କରି ହତ୍ୟା କଲା ସ୍ୱାମୀ

ପୁଣି ଗର୍ଜିଲା ଗୁଳି: ବ୍ୟବସାୟୀଙ୍କ ଠାରୁ ୬ ଲକ୍ଷ ଟଙ୍କା ଲୁଟିଲେ ଦୁର୍ବୃତ୍ତ

Image Courtesy of India Today

ହରଭଙ୍ଗା: ସୋମବାର ଦିନ ସ୍ୱାମୀଙ୍କ ଆୟୁ କାମାନା କରି ଉପାସରେ ସାବିତ୍ରୀ ବ୍ରତ ପାଳନ କରିଥିବା ପତ୍ନୀ ତହିଁ ପରଦିନ ସେହି ମଦ୍ୟପ ସ୍ୱାମୀ ହାତରେ ଗୁଳିଖାଇ ମୃତ୍ୟୁବରଣ କରିବା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ମହାଲ୍ଲିକପଡା ପଞ୍ଚାୟତ ଅନ୍ତର୍ଗତ ତୈଳାସାହି ଗ୍ରାମରେ। ପ୍ରାପ୍ତ ସୂଚନା ମତେ ତୈଳାସାହି ଗ୍ରାମର ରୋହିତ ମଲ୍ଲିକ(୨୫)ନାମକ ଜଣେ ଯୁବକ ଗତ ୨ବର୍ଷ ତଳେ ଗୀତାଞ୍ଜଳି ମଲ୍ଲିକ(୨୦)ଙ୍କୁ ବିବାହ କରିଥିଲା। ରୋହିତ ଅଧିକାଂଶ ସମୟରେ ମଦ୍ୟପାନ କରୁଥିବାରୁ ଉଭୟ ପତି-ପତ୍ନୀଙ୍କ ମଧ୍ୟରେ କଳହ ଲାଗିରହୁଥିଲା।

ସୋମବାର ଦିନ ଗ୍ରାମର ଅନ୍ୟ ମହିଳାଙ୍କ ଭଳି ଗୀତାଞ୍ଜଳି ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ସାବିତ୍ରୀ ବ୍ରତ ପାଳନ କରିଥିଲେ। ହେଲେ ତା ପରଦିନ ମଙ୍ଗଳବାର ଦିନ ଗୋଟାଏ ସମୟରେ ରୋହିତ ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀ ସହିତ ଝଗଡା କରିଥିଲା।ଗୀତାଞ୍ଜଳି ପ୍ରତିବାଦ କରିବାରୁ ଉତ୍ୟକ୍ତ ହୋଇ ଘରେ ରଖିଥିବା ଏକ ଦେଶୀ ବନ୍ଧୁକରୁ ସ୍ତ୍ରୀକୁ ଗୁଳି କରିଥିଲେ। ସାହି ପଡିଶା ଲୋକେ ଗୀତାଞ୍ଜଳିଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଉଦ୍ଧାର କରି ନିକଟତମ ହରଭଙ୍ଗା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ତେବେ ଡାକ୍ତର ତାଙ୍କୁ ପରୀକ୍ଷା କରି ମୃତ ଘୋଷଣା କରିଥିଲେ। ଅନ୍ୟପଟେ ଗ୍ରାମବାସୀମାନେ ପତ୍ନୀହନ୍ତା ରୋହିତକୁ କାବୁ କରି ଥାନାର ଜିମା ଦେଇଥିଲେ। ହରଭଙ୍ଗା ପୁଲିସ ମହିଳାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବୌଦ୍ଧ ପଠାଇବା ସହ ଅଭିଯୁକ୍ତକୁ ଅଟକ ରଖି ଘଟଣାର ତଦନ୍ତ କରୁଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe