Photo Credit: Met Weather
ରାୟଗଡ଼ା: ଅମ୍ବାଦଳା ଥାନା ରାଣୀପିଣ୍ଡା ପଞ୍ଚାୟତ ବାଘଡଙ୍ଗରି ଗ୍ରାମର ଶକୁନ୍ତଳା ବାଗ (୪୦)ଙ୍କ ଆଜି ସଂଧ୍ୟାରେ ବଜ୍ରପାତରେ ମୃତ୍ୟୁ ହୋଇଛି। ଘର ନିକଟ ପଡ଼ିଆରେ ଚରୁଥିବା ଗାଈଙ୍କ ଘଉଡାଇ ଘରକୁ ଆଣୁଥିବା ବେଳେ ଏହି ଅଘଟଣ ଘଟିଛି। ସଂଧ୍ୟାରେ ପ୍ରବଳ ବର୍ଷା ସହ ଘଡ଼ଘଡ଼ି ମାରିବା ପରେ ଶକୁନ୍ତଳା ବାହାରେ ଥିବା ଗାଈକୁ ଆଣିବା ପାଇ ନିକଟସ୍ଥ ପଡ଼ିଆକୁ ଯାଇଥିଲେ। ପଡ଼ିଆରୁ ଫେରୁଥିବା ସମୟରେ ହଠାତ୍ ବଜ୍ରପାତ ହେବା ଫଳରେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ ଶକୁନ୍ତଳା। ଗୁରୁତର ଅବସ୍ଥାରେ ଶକୁନ୍ତଳାଙ୍କୁ ସ୍ବାମୀ ଭଜମନ, ଦେଢ଼ଶୂର ଅର୍ଜୁନ ଆମ୍ବୁଲାନସ୍ ଯୋଗେ ବିଶ୍ବନାଥପୁର ମେଡ଼ିକାଲକୁ ଆଣିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।
Follow Us