ସମ୍ବଲପୁର: ଡାକ୍ତରଖାନାରେ ତାଲା ପକାଇଲେ ମହିଳା

Advertisment
ସମ୍ବଲପୁର: ଡାକ୍ତରଖାନାରେ ତାଲା ପକାଇଲେ ମହିଳା

ସମ୍ବଲପୁର: ସମ୍ବଲପୁର ସହରର ଲୋକଙ୍କ ସ୍ୱାସ୍ଥ୍ୟସେବା ସହିତ ଖେଳୁଛନ୍ତି ସରକାର। ଜାଣିଶୁଣି ନିର୍ଦ୍ଦିଷ୍ଟ ଏକ ନିର୍ସଂହୋମକୁ ଲାଭ ଦେବା ପାଇଁ ସରକାର ସହରର ହଜାର ହଜାର ମହିଳାଙ୍କ ସ୍ୱାସ୍ଥ୍ୟ ସହିତ ଖେଳ ଖେଳୁଛନ୍ତିି । ଜାଣିଶୁଣି ସମ୍ବଲପୁର ସହରର ଗୋଲବଜାର ଠାରେ ଥିବା ଅର୍ବାନ ହସ୍‌ପିଟାଲରେ ଡାକ୍ତର ନିଯୁକ୍ତି ଦିଆଯାଉ ନାହିଁ। ଯେଉଁ ହସ୍‌ପିଟାଲରେ ପ୍ରତ୍ୟେହ ୨୦ ରୁ ଅଧିକ ଆସନ୍ନ ପ୍ରସବା ମହିଳା ଭର୍ତ୍ତି ହେଉଥିଲେ, ସେଠାରେ ବର୍ତ୍ତମାନ ଜଣେ ବି ମହିଳା ପ୍ରସବ ପାଇଁ ଆସୁ ନାହାଁନ୍ତି। ଏହି ଅବ୍ୟବସ୍ଥା ନେଇ ଆଜି ସ୍ଥାନୀୟ ମହିଳାମାନେ ସମ୍ବଲପୁର ଗୋଲବଜାରରେ ଥିବା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଛନ୍ତି।
ମହିଳା ମାନେ ଅଭିଯୋଗ କରିଛନ୍ତି ଯେ ମହିଳାମାନଙ୍କ ପାଇଁ ଜନାର୍ଦ୍ଦନ ପୁଜାରୀ ମାତୃମଙ୍ଗଳ କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ଉନ୍ନତିକରଣ ଆଳରେ ଏହାର ନାମ ପରିବର୍ତ୍ତନ କରାଯାଇ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଖୋଲାଯାଇଥିଲା। ମାତ୍ର ୨୦୧୪ ମସିହା ଠାରୁ ୪ ବର୍ଷ ହେଲା ଏଠାରେ ଠିକ୍‌ ଭାବେ ଡାକ୍ତର ନିଯୁକ୍ତି ଦିଆଯାଉ ନାହିଁ। ବେଡ ରହିଛି, ଅନ୍ୟ ସହଯୋଗୀ ଷ୍ଟାଫ୍‌ ରହିଛନ୍ତିି, ମାତ୍ର ଡାକ୍ତର ନ ଥିବାରୁ ଏଠାରେ ମାଆ ଓ ଶିଶୁଙ୍କ ଯତ୍ନ ଠିକ୍‌ ଭାବେ ନିଆଯାଇ ପାରୁ ନାହିଁ। ଜଣେ ମାତ୍ର ଅବସରପ୍ରାପ୍ତ ଡାକ୍ତରଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଛି। ସଞ୍ଜ ଗଡ଼ିଲେ ଡାକ୍ତରଖାନାରେ ତାଲା ପଡ଼ୁଛି। ଏହାର ପ୍ରତିବାଦରେ ସ୍ୱେଚ୍ଛାସେବୀ ଅଞ୍ଜଳି ରାଓଙ୍କ ନେତୃତ୍ୱରେ ମହିଳାମାନେ ଡାକ୍ତରଖାନାରେ ତାଲା ପକାଇ ଆନ୍ଦୋଳନ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe