କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

କନ୍ଧମାଳ ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ମହିଳା ମାଓବାଦୀ

ଫୁଲବାଣୀ: କନ୍ଧମାଳ ଏସ୍‌ପି ପ୍ରତୀକ ଗୀତା ସିଂହଙ୍କ ନିକଟରେ ଶୁକ୍ରବାର ଜଣେ ମହିଳା ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପାଖାପାଖି ଅଢ଼େଇ ବର୍ଷ ଯାଏଁ ମାଓ ସଂଗଠନ ସହିତ ଜଡ଼ିତ ରହିବା ପରେ ସିଜୁ କହଁର ଓରଫ ପିଙ୍କି ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ରାଜ୍ୟ ସରକାରଙ୍କ ବିକାଶ ମୂଳକ କାମରେ ଆକୃଷ୍ଟ ହୋଇ ସେ ଆତ୍ମସମର୍ପଣ କରିଥିବା ପ୍ରକାଶ କରିଛନ୍ତି।

କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ ଥାନା ଅନ୍ତର୍ଗତ ସୁମରବନ୍ଧ ପଂଚାୟତର ଜାରଗିସୋର ଗାଁର ପିଙ୍କି ୨୦୧୬ ନଭେମ୍ବର ୧୬ରେ ମାଓବାଦୀ ସଂଗଠନରେ ଯୋଗଦେଇଥିଲେ। ରାମେଶ୍ୱର କହଁର ଓ ଲେସୁରି କହଁରଙ୍କ ଝିଅ ୨୦୧୭ ଜୁନ ୫ରେ ଖାଞ୍ଜଲାଗୁଠାରେ ହୋଇଥିବା ପୁଲିସ ସହିତ ଗୁଳିବିନିମୟରେ ସଂପୃକ୍ତ ଥିଲେ। ସେହି ଘଟଣାରେ ଏସସଜି ଯବାନ ଲକ୍ଷ୍ମୀକାନ୍ତ ଜାନିଙ୍କ ମୃତ୍ୟୁ ଘଟିଥିଲା।

ସେହିପରି ପିଙ୍କି ଗଗଡାପାଟ ଠାରେ ୨୦୧୮ ନଭେମ୍ବର ୧୫ରେ ହୋଇଥିବା ପୁଲିସ ସହିତ ଗୁଳି ବିନିମୟ ଓ ୨୦୧୯ ଜାନୁଆରି ୬ରେ ସୁଦରୁକୁମ୍ପା ଠାରେ ଗାଡ଼ି ପୋଡିବା ଘଟଣାରେ ସଂପୃକ୍ତ ଥିଲେ। ଏହି ଘଟଣାରେ ରବୀନ୍ଦ୍ର ମଲ୍ଲିକ ନାମରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ପିଙ୍କି କେକେବିଏନ୍‌ ଡିଭିଜନ ଅନ୍ତର୍ଗତ କଡଙ୍ଗା ଅଂଚଳ ପାଇଁ କାମ କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe