ସୋସିଆଲ ମିଡିଆରେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଧର୍ମଗଡ଼ ଥାନାରେ ଅଭିଯୋଗ

Advertisment
ସୋସିଆଲ ମିଡିଆରେ ମହିଳାଙ୍କୁ ଅଶାଳୀନ ମନ୍ତବ୍ୟ ଘଟଣା: କାର୍ଯ୍ୟାନୁଷ୍ଠାନ ଦାବିରେ ଧର୍ମଗଡ଼ ଥାନାରେ ଅଭିଯୋଗ
ଭବାନୀପାଟଣା: ଜଣେ ମହିଳାଙ୍କୁ ସୋସିଆଲ ମିଡିଆରେ ଅଶାଳୀନ ମନ୍ତବ୍ୟ ନେଇ ଆଜି ପଣ୍ଡରାମାଳି ସମାଜ ପକ୍ଷରୁ ଉକ୍ତ ମହିଳାଙ୍କୁ ନ୍ୟାୟ ପ୍ରଦାନ ଓ ସେହିବ୍ୟକ୍ତିବକ ବିରୋଧ ରେ କାର୍ଯ୍ୟାନୁଷ୍ଠାନ ଦାବୀରେ ଧର୍ମଗଡ଼ଥାନାରେ ଲିଖିତ ଅଭିଯୋଗ କରିବା ଘଟଣା ସାଧାରଣରେ ଆଲୋଡନର ବିଷୟ ହୋଇଛି।
ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଚଳିତ ସେପ୍ଟେମ୍ବର ମାସ ୧୩ ତାରିଖ ଦିନ ଧର୍ମଗଡ଼ ସହରସ୍ଥିତ ଭାଗିରଥି ପଟ୍ଟଯୋଶୀ ପଣ୍ଡରାମଳି ସମାଜର ଜଣେ ନାରିନେତ୍ରୀ କଲ୍ୟାଣି ନାଏକଙ୍କ ବିନା ଅନୁମତିରେ ତାଙ୍କ ଫେସବୁକ ଆକାଉଣ୍ଟକୁ ଯାଇ ସୋସିଆଲ ମିଡିଆରେ ଆଶଳୀନ ମନ୍ତବ୍ୟ ଦେଇଥିଲେ । ତେଣୁ ଏଭଳି ଜଣେ ମହିଳାଙ୍କୁ ଆଶଳୀନ ମନ୍ତବ୍ୟ ନେଇ ନାରିଜାତିକୁ ଆସମ୍ମାନ ଓ ପଣ୍ଡରାମାଳି ସମାଜର ସମ୍ମାନ ମଧ୍ୟ କ୍ଷୁର୍ଣ୍ଣ ହୋଇଛି । ତେଣୁ ଭାଗିରଥି ପଟ୍ଟଯୋଶୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଲ୍ୟାଣି ନାଏକଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ଆଜି ପଣ୍ଡରାମଳି ସମାଜ ପକ୍ଷରୁ ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ଧର୍ମଗଡ଼ ଥାନା ପକ୍ଷରୁ କେସ ନଂ ୧୧୮/୨୦୨୦ ଦଫା ୨୯୪, ୫୦୦, ୫୦୬, ୫୦୭, ୫୦୯ ଆରଡବ୍ଲୁ ସେକସନ ୬୬-ବି, ୬୭ ଆଇଟି ଆକ୍ଟରେ ଏକ ମାମଲା ରୁଜୁ କରାଯାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe