ରାତିଅଧରେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା !

ରାତିଅଧରେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା !

ବାଲେଶ୍ବର  : ବାଲେଶ୍ବର ସହରର ବାଲିଆ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଦୁଇ ପରିବାର ମଧ୍ୟରେ କଳିଝଗଡ଼ା, ମାରପିଟ୍‌ ଲାଗିବା ପରେ ଜଣେ ମହିଳାଙ୍କୁ ଘରୁ ଟେକି ନେଇ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବାବୁ ସିଂଙ୍କ ସ୍ତ୍ରୀ ରିନା ସିଂ(୩୫)।

ଆଜି ସକାଳେ ରୀନାଙ୍କ ମୃତଦେହ ବାଲିଆ ସ୍ଥିତ କୃଷି ବିଭାଗ କାର୍ଯ୍ୟାଳୟ ରାସ୍ତା ପାର୍ଶ୍ବରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହିତ ଏକ ୩୬/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ବେଳେ ସେପଟେ ତାଙ୍କ ପରିବାର ତରଫରୁ କିନ୍ତୁ ହତ୍ୟା ଅଭିଯୋଗ କରାଯାଇଛି। ମୃତକଙ୍କ ମାଇଁ ଶାଶୂ ସୁଲେଖା ସିଂ ଅଭିଯୋଗ କରିଛନ୍ତି ଯେ ଗତକାଲି ବିଳମ୍ବିତ ରାତିରେ ରୀନାଙ୍କ ସହ ତାଙ୍କ ପଡ଼ୋଶୀ ପିଣ୍ଟୁ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତୀ ସିଂଙ୍କର ଜୋର୍‌ରେ କଳିଝଗଡ଼ା ହୋଇଥିଲା। ପରେ ସେମାନେ ତାଙ୍କୁ ଟେକିନେଇ ମାରପିଟ୍‌ ମଧ୍ୟ କରିଥିଲେ ଏବଂ ଆଜି ସକାଳୁ ତାଙ୍କ ରାସ୍ତାକଡ଼ରେ ତାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା। ତେଣୁ ପିଣ୍ଟୁ ସିଂ ଏବଂ ତାଙ୍କ ସ୍ତ୍ରୀ ମିନତୀଙ୍କର ହିଁ ଏହି ଘଟଣାରେ ସମ୍ପୃକ୍ତି ରହିଥିବା ସନ୍ଦେହ କରାଯାଉଛି। ପୁଲିସ ଉପଯୁକ୍ତ ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ।  ଏନେଇ ପୁଲିସ ତଦନ୍ତ ଜାରି ରଖିଥିବା ସହଦେବଖୁଣ୍ଟା ଥାନା ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe