ମହିଳାଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

କାଜୁ ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଜବତ: ପରିବାର ଆଣିଲା ହତ୍ୟା ଅଭିଯୋଗ

Shutterstock

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ପୁଇନ୍ତଲା ଥାନା ଅନ୍ତର୍ଗତ କେସେରକେଲା ଗାଁର ଏକ କ୍ଷେତ କଡ଼ରେ ଥିବା ଗଛତଳୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମହିଳା ଜଣକ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବରିଗୁଭା ଗାଁର ସଂଯୁକ୍ତା ମହାନନ୍ଦ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ସେ ବରିଗୁଭା ଗାଁରୁ ବୌଦ୍ଧ ଯିବାକୁ ବାହାରି ଆଉ ଘରକୁ ଫେରିନଥିଲେ। ମୁହଁରେ ଗଭୀର କ୍ଷତ ଏବଂ ବେକରେ ଚିହ୍ନ ଥିବାରୁ ତାଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ହତ୍ୟା ପରେ ଶବକୁ ଗଛ ତଳେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରୁ ଅଳଙ୍କାର ଏବଂ ଚପଲ ଜବତ ହୋଇଛି। ଗୁରୁବାର ସକାଳେ ଗଛରେ ମହିଳାଙ୍କ ମୃତଦେହ ଝୁଲୁଥିବା ପୁଲିସ୍‌ ଖବର ପାଇଥିଲା। ଘଟଣାସ୍ଥଳକୁ ଏସ୍‌ପି ଯାଇ ତଦନ୍ତ କରିଥିଲେ। ସାଇଣ୍ଟିଫିକ୍‌ ଓ ଡଗ୍‌ସ୍କ୍ୱାଡ୍‌ ପହଞ୍ଚି ତନାଘନା ଚଳାଇଥିଲେ। ତେବେ ଏହି ମାମଲାରେ ପୁଲିସ୍‌ କାହାରିକୁ ଗିରଫ କରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe