କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା, ସ୍ବାମୀଙ୍କ ଅଭି‌ଯୋଗ ପରେ ମୃତଦେହ ଉଦ୍ଧାର

କଟକରେ ମହିଳାଙ୍କୁ ଗଳାକାଟି ହତ୍ୟା, ସ୍ବାମୀଙ୍କ ଅଭି‌ଯୋଗ ପରେ ମୃତଦେହ ଉଦ୍ଧାର

କଟକ: ଲାଲବାଗ ଥାନା ଅନ୍ତର୍ଗତ ଓଡ଼ିଆବଜାର ଅଞ୍ଚଳରେ ଜଣେ ମହିଳାଙ୍କୁ ଗଳାକାଟି ହତ୍ୟା କରାଯାଇଛି। ସଂପୃକ୍ତ ମହିଳାଭ୍କ ମୃତଦେହକୁ ପୁଲିସ ଉଦ୍ଧାର କରିଛି। ମୃତ ମହିଳା ହେଲେ ବି ଗୁଣାବତୀ (୪୫)।

ସୂଚନା ଅନୁସାରେ ମହିଳା ଜଣକ ଘରେ ଏକୁଟିଆ ଥିବା ବେଳେ ଅଜଣା ଦୁର୍ବୁତ୍ତ ହତ୍ୟାକାଣ୍ଡ ଘଟାଇଛି। ଓଡ଼ିଆବଜାର କୁତ୍ତାଖାଇ ଗଳିରେ ବି ଆପରାଓଙ୍କ ଧର୍ମପତ୍ନୀ ବି ଗୁଣାବତୀଙ୍କୁ ଘରେ କେହି ନଥିବା ବେଳେ ଅଜଣା ଦୁର୍ବୃତ୍ତ ଗଳାକାଟି ହତ୍ୟା କରିଛି। ସ୍ୱାମୀ ଘରକୁ ଆସି ଦେଖିବା ପରେ ପୁଲିସକୁ ଦେଲେ ଖବର। ଶବ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇ ଅନୁସନ୍ଧାନ ଆରମ୍ଭ କରିଛି ଲାଲବାଗ ପୁଲିସ । ନା ଘରୁ କୌଣସି ଜିନିଷ ଚୋରି ହୋଇଛି ନା ସହିପଡ଼ିଶାଙ୍କ ସହିତ କୌଣସି ବାଦବିବାଦ ହୋଇଥିଲା । ଏଭଳି ଏକ ଘଟଣାକୁ ନା ପରିବାର ଲୋକ ନା ସହିପଡ଼ିଶା କେହି ବି ଗ୍ରହଣ କରିପାରୁନାହାନ୍ତି ।

publive-image

ବି ଆପାରାଓ ଗୋଟେ ପ୍ରିଣ୍ଟଙ୍ଗ ପ୍ରେସରେ କାମ କରୁଥିବା ବେଳେ ଏକମାତ୍ର ପୁଅ ରବି  ବ୍ୟାଙ୍କ କର୍ମଚାରୀ। ବାପା ପୁଅ ନିଜ କାମରେ ବାହାରକୁ ବାହାରି ଗଲା ପରେ ଘରେ ଏକୁଟିଆ ରହିଯାଆନ୍ତି ଗୁଣାବତୀ । ସବୁଠାରୁ ବଡ଼ କଥା ସାହି ପଡ଼ିଶାରେ ବେଶ ଲୋକପ୍ରିୟ ଗୁଣାବତୀଙ୍କୁ କିଏ କାହିଁକି ଏଭଳି ନୃଶଂସ ଭାବେ ହତ୍ୟା କଲା ତାହା ଏବେ ବଡ଼ ପ୍ରଶ୍ନବାଚୀ । ତେବେ ପୁଲିସ ତଦନ୍ତ ହିଁ ହତ୍ୟା ପଛର କାହାଣୀ ସାମ୍ନାକୁ ଆଣିବାରେ ଲାଗିପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe