ସ୍ବାମୀର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ମହିଳାଙ୍କୁ ମାରିଦେଲେ!

ସ୍ବାମୀର ପରକୀୟା ପ୍ରୀତିକୁ ବିରୋଧ କରିବାରୁ ମହିଳାଙ୍କୁ ମାରିଦେଲେ!

ଯାଜପୁରସଦର: ସ୍ବାମୀଙ୍କ ପରକୀୟା ପ୍ରୀତିକୁ ବିରୋଧ କରିବାରୁ ଜଣେ ମହିଳାଙ୍କୁ ମାରି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ଭାଇ ଯାଜପୁରସଦର ଥାନା ଅନ୍ତର୍ଗତ ଜାଫରପୁର ପଞ୍ଚାୟତ ସାନତ୍ରିଲୋଚନପୁର ଗ୍ରାମର ରମେଶ ଜେନା ଏନେଇ ପାଣିକୋଇଲି ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପାଣିକୋଇଲି ଥାନା କେସ୍‌ ନମ୍ବର ୧୩୨/୨୧ରେ ଏକ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି।

ଅଭିଯୋଗ ଅନୁଯାୟୀ, ସାନତ୍ରିଲୋଚନପୁର ଗ୍ରାମର ସ୍ୱର୍ଗତ ବଟକୃଷ୍ଣ ଜେନାଙ୍କ ଝିଅ ମାମିନା(୩୨) ଆଠବର୍ଷ ତଳେ ପାଣିକୋଇଲି ଥାନା ଅନ୍ତର୍ଗତ ରୁଢ଼ିଆ ଗ୍ରାମର ନରେନ୍ଦ୍ର ଜେନାଙ୍କୁ ବିବାହ କରିଥିଲେ। ବିବାହର କିଛିଦିନ ପରେ ସ୍ୱାମୀ ନରେନ୍ଦ୍ରଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ସମ୍ପର୍କ ଥିବା ଜାଣି ମାମିନା ବିରୋଧ କରିଥିଲେ। ଏହାକୁ ନେଇ ତାଙ୍କ ଉପରେ ଶାରୀରିକ ଓ ମାନସିକ ନିର୍ଯାତନା ଆରମ୍ଭ ହୋଇଯାଇଥିଲା।

ଅନ୍ୟପକ୍ଷରେ ମାମିନାଙ୍କର ଗୋଟିଏ ଝିଅ ହେବାରୁ ଶାଶୂ ଓ ଶାଶୂଘର ଲୋକେ ଅସ‌ନ୍ତୋଷ ପ୍ରକାଶ କରିଥିଲେ। ଏବେ ପ୍ରାୟ ୮ ମାସ ତଳେ ମାନିନାଙ୍କର ପୁଣି ଗୋଟିଏ ଝିଅ ହୋଇଥିଲା। ଏହା ପରେ ତାଙ୍କ ଉପରେ ନିର୍ଯାତନା ବଢ଼ିଯାଇଥିଲା। ଆଜି ସକାଳେ ମାମିନା ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଶାଶୂଘର ପକ୍ଷରୁ ତାଙ୍କ ବାପ ଘରକୁ ଖବର ଦିଆଯାଇଥିଲା। ରମେଶ ଭଉଣୀ ଘରେ ପହଞ୍ଚି ମାମିନାଙ୍କ ମୃତଦେହର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ଥିବା ଓ ରକ୍ତ ଲାଗିଥିବା ଦେଖିବାକୁ ପାଇଥିଲେ। ମୃତଦେହ ଘର ବାରଣ୍ଡାରେ ପଡ଼ିଥିଲା। ତେଣୁ ମାମିନାଙ୍କୁ ଶାଶୂଘର ଲୋକେ ମାରିଦେଇଛନ୍ତି ବୋଲି ରମେଶ ପାଣିକୋଇଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe