ପୁରୀ:କାର୍ତ୍ତିକ ମାସରେ ପୁରୀରେ ରହି କାର୍ତ୍ତିକବ୍ରତ ପାଳୁଥିବା ଜଣେ ହବିଷ୍ୟାଳିଙ୍କର ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବ୍ରହ୍ମଗିରି କାଠପିରିଙ୍ଗ ଅଞ୍ଚଳର ରାଧାମଣି ସାମନ୍ତରା(୬୫ ବର୍ଷ) କାର୍ତ୍ତିକମାସ ଆରମ୍ଭରୁ ନରେନ୍ଦ୍ରକୋଣ ଅଞ୍ଚଳରେ ଏକ ଭଡ଼ା ଘରେ ରହି କାର୍ତ୍ତିକ ବ୍ରତ କରୁଥିଲେ। ଗତକାଲି ହଠାତ ସେ ପଡ଼ିଯାଇଥିଲେ। ପଡ଼ିଯିବା ପରେ ତାଙ୍କ ବାମଅଙ୍ଗକୁ ପକ୍ଷାଘାତ ଆକ୍ରମଣ କରିଥିଲା। ଚିକିତ୍ସିତ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ଘଟିଛି।
ପୁରୀ: ପଡ଼ିଯାଇ ଆହତ ହବିଷ୍ୟାଳିଙ୍କର ଡାକ୍ତରଖାନାରେ ମୃତ୍ୟୁ
Advertisment
Follow Us