ମାଲବାହୀ ଟ୍ରେନ୍‌ ଧକ୍କାରେ ମହିଳା ଗୁରୁତର

Advertisment
ମାଲବାହୀ ଟ୍ରେନ୍‌ ଧକ୍କାରେ ମହିଳା ଗୁରୁତର

DNA India

ବାମରା: ସମ୍ବଲପୁର ଜିଲ୍ଲା ବାମରା-ଧରୁଆଡିହି ରେଳ ଷ୍ଟେସନ ମଧ୍ୟବର୍ତ୍ତୀ କୁଅଁରମାଲ ଫାଟକରେ ଜଣେ ମହିଳା ଟ୍ରେନ୍‌ ଦୁର୍ଘଟଣାରେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସେ ହେଲେ ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ କୁଲୁଟା ପଞ୍ଚାୟତ ଗୁଏଲଝୁମ୍ପା ଗ୍ରାମର ଅକ୍ଷୟ ନାଏକଙ୍କ ସ୍ତ୍ରୀ ଯାଜ୍ଞସିନୀ ନାଏକ(୫୦)। ଯାଜ୍ଞସିନୀ ମଙ୍ଗଳବାର ସକା‌ଳୁ ଉଠି ଘରୁ କେଉଁଆଡ଼େ ପଳାଇଥିଲେ। କିଛି ସମୟ ପରେ କୁଅଁରମାଲ ରେଳ ଫାଟକରେ ଜନୈକା ମହିଳା ଟ୍ରେନ ଦୁର୍ଘଟଣାରେ ଗୁରୁତର ହୋଇଥିବା ଖବର ମିଳିବା ପରେ ଲୋକେ ଦେଖିବାକୁ ଯାଇଥିଲେ। ମହିଳା ଜଣକ ଅକ୍ଷୟ ନାଏକଙ୍କ ସ୍ତ୍ରୀ ଯାଜ୍ଞସିନୀ ବୋଲି ଜଣାପଡିଥିଲା। ଖବର ପାଇ ବାମରାରେ କାର୍ଯ୍ୟରତ ଆର୍‌ପିଏଫ ଷ୍ଟାଫ ଆର୍ ଯାଦବ ଓ ମୋହନ ସିଂହଙ୍କ ସମେତ ସ୍ବେଚ୍ଛାସେବୀ ଜାବେଦ ଖାନ ମିଶି ତାଙ୍କୁ ଉଦ୍ଧାର କରି ବାମରା ଡାକ୍ତରଖାନାକୁ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଥିବା ସୂଚନା ମିଳିଛି। ଉଲ୍ଲେଖ ଯୋଗ୍ୟ ଯେ ଗତ  କିଛି ବର୍ଷ ଧରି ଯାଜ୍ଞସିନୀଙ୍କ ମାନସିକ ସ୍ଥିତି ସାମାନ୍ୟ ନ ଥିବା ବେଳେ, ମଙ୍ଗଳବାର ସେ ନିକଟସ୍ଥ କୁଅଁରମାଲ ରେଳ ଫାଟକ ମଝିରେ ଛିଡ଼ା ହୋଇ ଅଫ ଲାଇନ୍‌ରେ ଆସୁଥିବା ଏକ ମାଲବାହୀ ଟ୍ରେନକୁ ହାତ ମାରି ଅଟକାଇବାକୁ ଚେଷ୍ଟା କରୁଥିବା ପତ୍ୟେକ୍ଷଦର୍ଶୀଙ୍କଠାରୁ ଜଣାପଡ଼ିଛ। ଏହି କ୍ରମରେ ଟ୍ରେନ୍‌ଟି ନିକଟତର ହେବାରୁ ସେ ତଳେ ବସି ପଡ଼ିଥିଲେ। ଟ୍ରେନ୍‌ ଧକ୍କାରେ ତାଙ୍କ ମୁଣ୍ଡ, କପାଳ, ମୁହଁ ଫାଟି ଯାଇଥିବା ଜଣାପଡ଼ିଛ। ଏ ନେଇ କୌଣସି ମାମଲା ଏ ଯାଏଁ ରୁଜୁ ହୋଇ ନ ଥିବା ସୂଚନା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe