ଦେଓଦରା ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କ ପତ୍ତା ମିଳୁନି

ଦେଓଦରା ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ବାମୀଙ୍କ ପତ୍ତା ମିଳୁନି

Hindustan Times

କୋମନା: ନୂଆପଡ଼ା ଜିଲ୍ଲା କୋମନା ଥାନା ଦେଓଦରା ଜଙ୍ଗଲରୁ ପୁଲିସ୍ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରିଛି। ମୃତ ମହିଳା ଜଣକ ହେଲେ ଛତାଗାଁର ଜଗବନ୍ଧୁ ତାଣ୍ଡିଙ୍କ ପତ୍ନୀ ସୁନେ ତାଣ୍ଡି (୫୮)। ଏନେଇ ପୁଅ ସୁରେନ୍ଦ୍ର ତାଣ୍ଡି ଶନିବାର ଅଭିଯୋଗ କରିବା ପରେ ପୁଲିସ୍ ତଦନ୍ତ ଜାରି ରଖିଛି। ପ୍ରକାଶ ଯେ, ଜଗବନ୍ଧୁ ଓ ସୁନେ ଗତ ୨୪ ତାରିଖରୁ ନାଗପଡ଼ା ଗାଁକୁ ଯାଇଥିଲେ। ସେଠାରୁ ଆଜି ପର୍ଯ୍ୟନ୍ତ ଘରକୁ ଫେରି ନଥିବା ବେଳେ ବହୁ ଖୋଜାଖୋଜି ପରେ ପୁଅ ସୁରେନ୍ଦ୍ର ଶନିବାର ସକାଳେ କୋମନା ଥାନାରେ ଅଭିଯୋଗ କରିଥିଲେ।

ଅପରାହ୍ନରେ ଜଣେ ମହିଳାଙ୍କ ମୃତଦେହ ଜଙ୍ଗଲରେ ପଡ଼ିଥିବା​ ନେଇ ସୁରେନ୍ଦ୍ର ଖବରପାଇ ସେଠାକୁ ଯାଇଥିଲେ। ଶବ ଚିହ୍ନଟ ପରେ ପୁଲିସ୍‌କୁ ସୂଚନା ଦେବାରୁ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ଶବ ଉଦ୍ଧାର କରିଥିଲା। ଅନ୍ୟପକ୍ଷରେ ସୁନେଙ୍କ ମୃତଦେହ ମିଳିଥିବା ବେଳେ ସ୍ଵାମୀ ଜଗବନ୍ଧୁଙ୍କ ପତ୍ତା ମିଳିନଥିବାରୁ ଗାଁରେ ଭିନ୍ନ ଆଲୋଚନା ହେଉଛି। ତେବେ ଆଜି ସନ୍ଧ୍ୟା ହୋଇଯିବାରୁ ରବିବାର ମହିଳାଙ୍କ ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୁଲିସ୍ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe