ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର

Theodishastar

ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଥାନା ପୁରୁଣାଗଡ଼ ଗ୍ରାମ ନର୍ସରି ନିକଟସ୍ଥ ଜଙ୍ଗଲରୁ ବୁଧବାର ଜଣେ ମହିଳାଙ୍କ ମୃତଦେହ ପୁଲିସ ଉଦ୍ଧାର କରଛି। ମୃତକ ନିକଟ ଶୁଣ୍ଢିମୁଣ୍ତା ଗ୍ରାମର ରୁକ୍ମିଣି ବାଘ (୪୮) ବୋଲି ଚିହ୍ନଟ କରାଯାଇଛି।

ସୂଚନା ଅନୁସାରେ, ରୁକ୍ମିଣି ମଙ୍ଗଳବାର ସକାଳୁ ପରିବାର ଲୋକଙ୍କୁ କେନ୍ଦୁପତ୍ର ତୋଲିବା ଯାଉଥିବା କହି ଜଙ୍ଗଲକୁ ଯାଇଥିଲେ। ମାତ୍ର ଆଉ ଫେରି ନଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ବି ପାଇନଥିଲେ। ବୁଧବାର ସକାଳୁ ରୁକ୍ମିଣିଙ୍କ ମୃତଦେହ ପୁରୁଣାଗଡ ନିକଟସ୍ଥ ଜଙ୍ଗଲରେ ପଡ଼ିଥିବା ଖବର ପାଇ ପରିବାର ବର୍ଗ ପୁଲିସକୁ ଜଣାଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି। ଏଥିସହ ଶବ ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe