ମହିଳା ମହାବିଦ୍ୟାଳୟର ସଂପୁର୍ଣ୍ଣ ବିକାଶ ମୋର ଦାୟିତ୍ବ –ତାରା

Advertisment
ମହିଳା ମହାବିଦ୍ୟାଳୟର ସଂପୁର୍ଣ୍ଣ ବିକାଶ ମୋର ଦାୟିତ୍ବ –ତାରା

ଜୟପୁର: ସରକାରୀ ମହିଳା ମହାବିଦ୍ୟାଳୟର ସଂପୁର୍ଣ୍ଣ ବିକାଶ କରିବା ମୋର ଦାୟିତ୍ବ ବୋଲି କହିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି। ନିଜ ପାଣ୍ଠିରୁ ୨୦ଲକ୍ଷ ଏଥିପାଇଁ ଦେବେ ବୋଲି ସେ ଘୋଷଣା କରିଛନ୍ତି। ମହିଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ଜିଲ୍ଲାସ୍ତରୀୟ ଜାତୀୟ ସେବା ସଂସ୍ଥା (ଏନଏସଏସ) ସମ୍ବର୍ଦ୍ଧନା ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସି ବିଧାୟକ କଲେଜର ଦୁରାବସ୍ଥାର ତଦାରଖ କରିଥିଲେ ।

କଲେଜ କେତେ ବେଳେ ବି ଦବିଯିବ ଏବଂ ବିପଦସଂକୁଳ ଅବସ୍ଥାରେ ରହିଥିବାକୁ ନେଇ ଗତ ଅକ୍ଟୋବର ମାସରୁ ରାଜ୍ୟ ସରକାରଙ୍କୁ କଲେଜର ଅଧ୍ୟକ୍ଷା ଡ.ମନୋରମା ଦେବୀ ଅବଗତ କରିଥିବା ବିଧାୟକଙ୍କୁ ସୂଚନା ଦେଇଥିଲେ।

ଏବେ ଏହାର ଯାଂଚ କରିବାକୁ ରାଜ୍ୟସରକାର ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କୁ ଚିଠି କରିଥିବା ସୂଚନା ମିଳିଛି ବୋଲି ଅଧ୍ୟକ୍ଷା ବିଧାୟକଙ୍କ ଦୃଷ୍ଟିକୁ ନେଇଥିଲେ। ସେଭଳି ରୁସା ଯୋଜନାରେ ୭୦ଲକ୍ଷରେ ନିର୍ମାଣ ହେବାକୁ ଥିବା ଅଡୋଟରିୟମ୍ ପାଇଁ ଆସିଥିବା ଅନୁଦାନ ୩୫ଲକ୍ଷ ପୂର୍ତ୍ତ ଓ ଗୃହ ନିର୍ମାଣ ବିଭାଗ ନିକଟରେ ଦୀର୍ଘ ୩ବର୍ଷ ହେବ ଜମା ରହିଥିବା ସଂପର୍କରେ ସେ ବିଧାୟକଙ୍କୁ ସୂଚନା ଦେଇଥିଲେ।

ଆଇଟିଡିଏ ପକ୍ଷରୁ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ଛାତ୍ରୀମାନେ ରହିବା ପାଇଁ ଅନୁପଯୋଗୀ ଏବଂ ବିପଦସଂକୁଳ ବୋଲି ଅଧ୍ୟକ୍ଷା ବିଧାୟକଙ୍କ ନଜରକୁ ନେଇଥିଲେ। କଲେଜ ପରିସରରେ ଥିବା ଲାଇବ୍ରେରୀ ଅଂଚଳ ଦବି ଯାଇଥିବା ଏବଂ ବର୍ଷା ହେଲେ ଶ୍ରେଣୀଗୃହରେ ପାଣି ଜମା ହେଉଥିବା ସଂପର୍କରେ ବିଧାୟକଙ୍କୁ ଅଧ୍ୟକ୍ଷା ଅବଗତ କରିଥିଲେ ଅଧ୍ୟକ୍ଷା। ଯୁକ୍ତ ୨ବିଞାନ ପାଇଁ କେହି ସ୍ଥାୟୀ ଅଧ୍ୟାପକ ନଥିବା ଏବଂ ଯୁକ୍ତ ୩ରେ ବି ବହୁ କମ୍ ସଂଖ୍ୟକ ସ୍ଥାୟୀ ଅଧ୍ୟାପକ ରହିଥିବା ବେଳେ ଅତିଥି ଅଧ୍ୟାପକଙ୍କ ଦୟାରେ କଲେଜ ଚାଳିଛି ବୋଲି ଅଧ୍ୟକ୍ଷା ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। କଲେଜର ସାମଗ୍ରୀକ ବିକାଶ କିଭଳି ହୋଇ ପାରିବ ସେ ଦିଗରେ ବିଧାୟକ ଏସବୁର ତଦାରଖ ବୁଲି ବୁଲି କରିଥିଲେ।

ବିଧାନସଭାରେ କଲେଜର ଅଭାବ ଓ ଅସୁବିଧା ସଂପର୍କରେ ପ୍ରଶ୍ନ କରିବେ ବୋଲି କହିଥିଲେ। ମହାବିଦ୍ୟାଳୟର ସାମଗ୍ରୀକ ବିକାଶ କରିବା , ଖାଲି ପଡ଼ିଥିବା ଅଧ୍ୟାପକ ପଦବୀ ପୁରଣ କରିବା ଦିଗରେ ସେ ସ୍ବତନ୍ତ୍ର ଧ୍ୟାନ ଦେବେ ବୋଲି କହିଛନ୍ତି ବିଧାୟକ । ପୂର୍ତ୍ତବିଭାଗର କନିଷ୍ଠ ଯନ୍ତ୍ରୀ ବିପ୍ଲବ କୁଅଁର , ଅଧ୍ୟକ୍ଷା , ଅଧ୍ୟାପକ ଡ.ମନୋରଂଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe