ମା ଗୃହରୁ ମିଳୁନାହିଁ ସୁଫଳ: ରକ୍ତହୀନତା ଯୋଗୁଁ ଆମ୍ବୁଲାନ୍ସରେ ମୃତ ସନ୍ତାନ ପ୍ରସବ କଲେ ମହିଳା

Advertisment
ମା ଗୃହରୁ ମିଳୁନାହିଁ ସୁଫଳ: ରକ୍ତହୀନତା ଯୋଗୁଁ ଆମ୍ବୁଲାନ୍ସରେ ମୃତ ସନ୍ତାନ ପ୍ରସବ କଲେ ମହିଳା

ଝରିଗାଁ: ରକ୍ତହୀନତା ଯୋଗୁଁ ଆମ୍ବୁଲାନ୍ସରେ ମୃତ ସନ୍ତାନ ପ୍ରସବ କଲେ ମହିଳା | ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଳକ ଫଟକି ଗ୍ରାମର ଜଣେ ରକ୍ତହୀନତା ଶିକାର ଗର୍ଭବତୀ ମହିଳା ରାସ୍ତାରେ ଆମ୍ବୁଲାନ୍ସରେ ସନ୍ତାନ ପ୍ରସବ କରିଛନ୍ତି | ମିଳିଥିବା ସୂଚନା ମୁତାବକ ଫଟକି ଗ୍ରାମର ଗୌତମ ସାଗରଙ୍କ ପତ୍ନୀ ଦ୍ରୋପତି ସାଗର (୩୦) ଙ୍କୁ ଗତକାଲି ସନ୍ଧ୍ୟାରେ ପ୍ରସବ ଜନିତ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ପରେ ପରିବାର ସ୍ଥାନୀୟ ଆଶା ଲଳିତାବତୀ ପଟେଲଙ୍କ ସହାୟତାରେ ପ୍ରଥମେ ଚନ୍ଦାହାଣ୍ଡି ମେଡିକାଲ ନେଇଥିଲେ।

ସେଠାରେ ନବଜାତ ଶିଶୁ ପେଟରେ ବୁଲୁ ନଥିବା ଜାଣି ଉମରକୋଟ ମେଡିକାଲକୁ ଡାକ୍ତର ରେଫର କରିଥିଲେ। ଗତକାଲି ରାତ୍ରି ଆମ୍ବୁଲାନ୍ସ ଯୋଗେ ଉମରକୋଟ ମେଡିକାଲ ଯାଉଥିବାବେଳେ ଚନ୍ଦାହାଣ୍ଡିଠାରୁ କିଛି କିଲୋମିଟର ଆସିବା ପରେ ସିଂଗାଡି-ଚନ୍ଦାହାଣ୍ଡି ଘାଟି ପାଖରେ ଆମ୍ବୁଲାନ୍ସରେ ଏକ ମୃତ ଶିଶୁ ପୁତ୍ର ଜନ୍ମ ଦେଇଥିଲେ। ପରେ ପ୍ରସୂତୀଙ୍କୁ ଆମ୍ବୁଲାନ୍ସ ଯୋଗେ ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ମହିଳାଙ୍କର ହିମୋଗ୍ଲୋବିନ ୬.୬ ରହିଥିବାରୁ ରକ୍ତ ନେବା ପାଇଁ ନବରଙ୍ଗପୁର ନେବାପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଶେଷରେ ପରିବାରଵର୍ଗ ଆମ୍ବୁଲାନ୍ସରେ ନବରଙ୍ଗପୁର ନେଇ ଯାଇଥିଲେ।ଏଠାରେ ପ୍ରକାଶ ଯେ ଗର୍ଭବତୀ ମହିଳାମାନଙ୍କ ପାଇଁ ମା ଗୃହ ରହିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe