ଵିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ଵିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ଅଭିଯୋଗ

ବିନିକା: ବୁଧବାର ରାତିରେ ମାଣବସା ଗୁରୁବାର ପାଇଁ ନିଜ ଘର ସଫାସୁତୁରା କରୁଥିଲାବେଳେ ଵିଦ୍ୟୁତ ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ ହୋଇଥିବା ସୁବର୍ଣ୍ଣପୁର ଜିଲ୍ଲା ଵିନିକା ଥାନାରେ ଲିଖିତ ଅଭିଯୋଗ ହୋଇଛି। ସୂଚନା ଅନୁସାରେ ଵିନିକା ଏନଏସି ୧୧ ୱାର୍ଡରେ ରହୁଥିବା ପରମେଶ୍ବର ନାଏକଙ୍କ ସ୍ତ୍ରୀ ବସନ ନାଏକ ବୁଧବାର ରାତିରେ ମାଣବସା ଗୁରୁବାର ପାଇଁ ଘର ସଫାସୁତୁରା କରୁଥିଲାବେଳେ ଵିଦ୍ୟୁତ ସଂସ୍ପର୍ଶରେ ଆସି ଗୁରୁତର ହୋଇପଡିଥିଲେ ।

ପରିବାର ଲୋକେ ତାଙ୍କୁ ଵିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ମହିଳାଙ୍କର ମୃତ୍ୟୁ ହୋଇସାରିଛି ବୋଲି ଘୋଷଣା କରିଥିଲେ | ତାଙ୍କ ପୁଅ ବାସୁଦେବ ନାଏକ ଵିନିକା ଥାନାରେ ଵିଦ୍ୟୁତ ସଂସ୍ପର୍ଶରେ ଆସି ତାଙ୍କ ମାଙ୍କର ମୃତ୍ୟୁ ହୋଇଥିବାର ଲିଖିତ ଅଭିଯୋଗ କରିଛନ୍ତିି। ଏନେଇ ଵିନିକା ଥାନାରେ ୨୩/୧୪-୧୨-୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe