ମିଳିଲା ନାହିଁ ଆମ୍ବୁଲାନ୍ସ, ଭାରରେ ନେବାବେଳେ ନଦୀ କୂଳରେ ପ୍ରସବ କଲେ ମହିଳା

Advertisment
ମିଳିଲା ନାହିଁ ଆମ୍ବୁଲାନ୍ସ, ଭାରରେ ନେବାବେଳେ ନଦୀ କୂଳରେ ପ୍ରସବ କଲେ ମହିଳା

ମାଲକାନଗିରି: ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଅଂଚଳରେ ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଗର୍ଭବତୀ ମହିଳାଙ୍କୁ ମେଡିକାଲ ନେବାକୁ ଆମ୍ବୁଲାନ୍ସ ନ ଆସିବାରୁ ବାଧ୍ୟ ହୋଇ ପରିବାର ଲୋକେ ତାକୁ ମେଡିକାଲ ନେବାକୁ ଭାର କରି ନେଉଥିବା ବେଳେ ନଦୀ ପାର ହେବା ପାଇଁ ସଜବାଜ ନଦୀ କୂଳରେ ହିଁ ମହିଳା ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ।ଛତିଶଗଡର ବିଭିନ୍ନ ଦୁର୍ଗମ ଅଂଚଳରେ ଆଜି ବି ମୌଳିକ ସୁବିଧା ପହଞ୍ଚିପାରି ନାହିଁ।

ତେଣୁ ଏହି ଅଂଚଳରେ ବାସ କରୁଥିବା ଆଦିବାସୀମାନେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବିଜାପୁର ଜିଲ୍ଲାର ଝାରଗୋୟା ଗ୍ରାମର ସରିତା ନାମକ ଜଣେ ମହିଳା ଗର୍ଭଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା।ଦୀର୍ଘ ସମୟ ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ନଆସିବାରୁ ବାଧ୍ୟ ହୋଇ ଭାର କରି ମହିଳାଙ୍କୁ ମେଡିକାଲ ନେବାକୁ ବାହାରିଥିଲେ।

ତେବେ ଝୋରବାୟା ନଦୀ କୂଳରେ ପହଞ୍ଚିବା ପରେ ମହିଳା ଜଣକ ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ତେବେ ସେଠାରେ ହିଁ ମହିଳା ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ। ପରେ ମେଡିକାଲର ଏକ ବୋଟ ସାହାଯ୍ୟରେ ମହିଳା ଏବଂ ଶିଶୁକୁ ନଦୀ ପାର କରି ୩ କିଲୋମିଟର ପୁଣି ଚାଲିବା ପରେ ମେଡିକାଲ ନିଆଯାଇଥିଲା। ଏବେ ମେଡିକାଲରେ ମା ଓ ଶିଶୁ ସୁରକ୍ଷିତ ରହିଥିବା ଜଣାପଡିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe