ବ୍ୟାଙ୍କକୁ ଟଙ୍କା ଉଠେଇବାକୁ ଯାଇ ନିଖୋଜ ହେଲେ ମହିଳା

Advertisment
ଟିନ୍‌ ୨.୦ରେ ସାମିଲ ହେଲା ବ୍ୟାଙ୍କ ଅଫ୍ ଇଣ୍ଡିଆ

moneycontrol.com

ବନ୍ତଳା:ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଉଛି କହି ନିଖୋଜ ହେଲେ ଜଣେ ବିବାହିତା ମହିଳା | ଗତ ଶୁକ୍ରବାର ଠାରୁ ମହିଳାଜଣକ ବ୍ୟାଙ୍କ ଯିବା କହି ଘରକୁ ଫେରିନଥିବାରୁ ନାନା ଆଶଙ୍କା ପ୍ରକାଶ ପାଇଛି | ବ୍ୟାଙ୍କକୁ ଯିବାବେଳେ ମହିଳା ଜଣକ ଏକ ବ୍ୟାଗ ନେଇଯାଇଥିବାରୁ ପରିବାର ଲୋକେ ବିଭିନ୍ନ ଆଶଙ୍କା ପ୍ରକାଶ କରି ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ଅନୁଯାୟୀ ଅନୁଗୁଳର ସଦର ଥାନା ରନ୍ତଳେଇ ଜଙ୍ଗଲ(ଆମ୍ବମୁଣ୍ଡା ସାହି)ର ଜନୈକ ୨୫ ବର୍ଷ ମହିଳା ଶୁକ୍ରବାର ଦିନ ସାଢେ ୧୦ଟାବେଳେ ବ୍ୟାଙ୍କ ଅଫ ଇଣ୍ଡିଆକୁ ଟଙ୍କା ଉଠାଇବାକୁ ଯାଉଛି କହି ଘରୁ ବାହାରି ଯାଇଥିଲେ | ତେବେ ସାଙ୍ଗରେ ଲୁଗାପଟା ଓ ଅନ୍ୟ ଜିନିଷ ଘରୁ ନେଇଯାଇଥିଲେ ।

ସମ୍ପୃକ୍ତ ମହିଳାଙ୍କ ସ୍ୱାମୀ ଜଣେ ଗାଡି ଡ୍ରାଇଭର ହୋଇଥିବାରୁ ସେ ମଧ୍ୟ ୫ଦିନ ହେଲା ଘରକୁ ଫେରିନାହାନ୍ତି। ଏପରି ସ୍ଥଳେ ମହିଳା ଜଣଙ୍କ ନିଖୋଜ ହେବା ଘଟଣା ଆଲୋଡନ ସୃଷ୍ଟି କରିଛି। ଏନେଇ ସଂପୃକ୍ତ ମହିଳାଙ୍କ ଶାଶୁ ସଦର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe