ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

Advertisment
ମହୁଲ ଫୁଲ ଗୋଟାଇବାକୁ ଯାଇଥିବାବେଳେ ଭାଲୁ ଆକ୍ରମଣରେ ମହିଳା ଗୁରୁତର

ନୂଆପଡା: ଭାଲୁ ଆକ୍ରମଣରେ ଗୁରୁତର ହେଲେ ମହିଳା | ନୂଆପଡ଼ା ଜିଲ୍ଲା ସଦର ଥାନା ବୁଏରଭାଡ ଗ୍ରାମରେ ଏଭଳି ଏକ ଅଘଟଣ ଘଟିଛି | ଏହି ଗ୍ରାମର ଜଣେ ମହିଳା ମହୁଲ ସଂଗ୍ରହ କରୁଥିବାବେଳେ ଏକ ଭାଲୁ ଆକ୍ରମଣ କରିଥିଲା |

ବୁଏରଭାଡ ଗ୍ରାମର ମଇଲି ରଣା (୬୫) ଆଜି ସକାଳୁ ମହୁଲ ସଂଗ୍ରହ କରିବା ପାଇଁ ନିଜ ଜମିକୁ ଯାଇଥିଲେ। ମହୁଲ ସଂଗ୍ରହ କରୁଥିବାବେଳେ ଜଙ୍ଗଲୀ ଭାଲୁ ଆସି ଆକ୍ରମଣ କରିଥିଲା। ମହିଳା ଜଣଙ୍କ ପାଟି କରିବାରୁ ସ୍ଥାନୀୟ ଲୋକମାନେ ଦୌଡ଼ି ଆସିବାରୁ ଭାଲୁ ଲୋକଙ୍କୁ ଦେଖି ଜଙ୍ଗଲକୁ ପଳାଇଥିଲା ।

ତେବେ ଭାଲୁ ଆକ୍ରମଣରେ ମହିଳାଙ୍କ ହାତ, ଗୋଡ଼ ଓ ମୁହଁରେ ଆଘାତ ଲାଗିଛି । ଗୁରୁତର ହେବା ଫଳରେ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ତାଙ୍କୁ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe