Sambad
ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅର୍ନ୍ତଗତ ସିନ୍ଦୋଳ ଗ୍ରାମର ମନୋରମା ମହାନ୍ତି ନାମଙ୍କ ଜଣେ ବିବାହିତା ମହିଳା ନିଜର ଶଶୁର ଘର ଲୋକଙ୍କ ଦ୍ବାରା ନିର୍ଯାତନାର ଶିକାର ହେବା ପରେ ଏବେ ବାପ ଘରେ ଦୁଃଖରେ ଦିନ ବିତାଉଛନ୍ତି। ତାଙ୍କ ଉପରେ ହୋଇଥିବା ନିର୍ଯଶତନାକୁ ନେଇ ସେ ତିହିଡି ଥାନାରେ ଅଭିଯୋଗ କରିଥିଲେ।
ମାତ୍ର ତିହିଡି ପୁଲିସ ତାଙ୍କୁ ନ୍ୟାୟ ଦେବାରେ ବିଫଳ ହେବାରୁ ସଂପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକ ଏସପି ଅଫିସ୍ ଆଗରେ ଧାରଣା ଦେଇଥିଲେ। ଭଦ୍ରକ ଏସପି ଏଇ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେବା ପରେ ସଂପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକ ଧାରଣାରୁ ଉଠି ଯାଇଥିଲେ।
Follow Us