Money After Graduation
ଜୟପୁର (ଶ୍ରୀକାନ୍ତ ସାହୁ): ମାନସିକ ଅନଗ୍ରସରଙ୍କୁ ପ୍ରଥମେ ଦୁଷ୍କର୍ମ ଓ ପରେ ଘରେ ନ କହିବାକୁ ଧମକ। ଆଉ ପୁତ୍ରସନ୍ତାନ ଜନ୍ମ ପରେ ଚିହ୍ନି ନ ଥିବା କହି ଠକିଦେଲେ ଯୁବକ। ଏନେଇ ଜୟପୁର ମହିଳା ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ଗୁରୁତର ଅବସ୍ଥାରେ ୫ ଦିନ ହେଲା ଜିଲ୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ସଦରଥାନା ଅନ୍ତର୍ଗତ ସଲପା ଅଞ୍ଚଳର ଜଣେ ମାନସିକ ଅନଗ୍ରସର ମହିଳା ଓ ୪ ଦିନର ଶିଶୁ। ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ସୁରେନ୍ଦ୍ର ପୂଜାରୀ(୩୦)କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ମିଳିଥିବା ସୂଚନା ମୁତାବକ ବର୍ଷତଳେ ଗାଁର ଏକ ବାହଘର ଭୋଜିକୁ ଯାଇଥିଲା ରୋଜୀ(ଛଦ୍ମନାମ)। ଏହି ସମୟରେ ଗାଁର ସୁରେନ୍ଦ୍ର ତାଙ୍କୁ ଏଠାରେ ଭୋଜି ହେଉନି ଅନ୍ୟତ୍ର ହେଉଛି ବୋଲି କହି ଡାକି ନେଇ ଦୁଷ୍କର୍ମ କରିଥିଲା। ହେଲେ ଦୁଷ୍କର୍ମ କଥା କାହାକୁ ନ କହିବାକୁ କହିଥିଲା। ମାନସିକ ଅନଗ୍ରସର ହୋଇଥିବାରୁ ମହିଳାଜଣକ କାହାକୁ କିଛି କହି ନ ଥିଲେ। ୯ମାସ ଧରି ଯୁବତୀଜଣକ ଗର୍ଭବେଦନା ସହିଥିବା ବେଳେ ପେଟରେ ଟ୍ୟୁମର ହୋଇଥିବା କିଛି ଗାଁ ଲୋକେ କହିଥିଲେ। ଅର୍ଥ ଅଭାବ ହେତୁ ଉକ୍ତ ମହିଳାଙ୍କର ବୁଢାବାପାମା ସ୍ଥାନୀୟ ବୈଦ୍ୟଙ୍କୁ ଦେଖାଇ ଚେରମୁଳି ଖାଇଥିବାବେଳେ ରବିବାର ସକାଳୁ ପ୍ରବଳ ପେଟବ୍ୟଥା ହୋଇଥିଲା।
ପରେ ଗାଁର ଜଣେ ଧାଇକୁ ଡାକି ବୃଦ୍ଧବାପା-ମା’ ଝିଅର କ’ଣ ହୋଇଛି ବୋଲି କହିଥିଲେ। ଧାଇ ଜଣକ ଆସି ଦେଖିବା ପରେ ରୋଜୀ ଗର୍ଭବତୀ ହୋଇଥିବା କହିଥିଲା। ଆସନ୍ନ ପ୍ରସବା ହୋଇଥିବା ବେଳେ ତୁରନ୍ତ ଗାଁର ଧାଇଜଣକ କାହାକୁ କିଛି ନ କହି ପ୍ରସବ କରାଇଥିଲେ। ପରେ ଟିକେ ଭଲ ହେବା ପରେ ଗାଁର ଏକ ବୈଠକ ବସିଥିଲା। ଏନେଇ ଅନଗ୍ରସର ମହିଳାଙ୍କ ଗାଁର ସୁରେନ୍ଦ୍ରଙ୍କ ନାମ କହିଥିଲେ। ଏହାକୁ ସେ ଏଡେଇ ଯାଇଥିଲେ। ଏନେଇ ଗାଁଲୋକେ ମହିଳାଥାନାକୁ ଆସି ଅଭିଯୋଗ କରିଥିଲେ।
ତେବେ ସମାଜରେ କିପରି ମାନସିକତା ମରି ଚାଲିଛି ତାହା ଏହି ଘଟଣାକୁ ଦେଖିଲେ ସ୍ପଷ୍ଟଭାବେ ବାରି ହୋଇପଡୁଛି। ଜଣେ ବିବାହିତ ପୁରୁଷ ମାନସିକ ଅନଗ୍ରସର ମହିଳାଙ୍କୁ ଦୁଷ୍କର୍ମ କରି ସମାଜର ଅନ୍ଧଗଳିରେ ଛାଡିବା ପରେ ଗାଁ ନିଷାପରେ ମନା କରୁଛି ତାହା ମଣିଷ ସମାଜରେ ରହିଥିବା ମାନବିକତା ପ୍ରତି ପ୍ରଶ୍ନ ଉଠିଛି। ତେବେ ଉକ୍ତ ମହିଳା ଜଣକ ଏବେ ହସ୍ପିଟାଲରେ ରହିଥିବାବେଳେ ଉଭୟ ଗରିବ ମାନସିକ ଅନଗ୍ରସର ବାପାମା କିପରି ଉକ୍ତ ମହିଳା ଓ ତାର ୫ଦିନର ଶିଶୁକୁ ସର୍ବନିମ୍ନ ଆବଶ୍ୟକତା ଦେଇପାରିବେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ଏହାସହ ଜଣେ ମହିଳା ଏତେଦିନ ଧରି ସ୍ଥାନୀୟ ଆଶାକର୍ମୀଙ୍କଠୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ ଜାଣି ନ ପାରିବା ସରକାରଙ୍କ ପାରିବାପାଣିଆ ପଦାରେ ପକାଇଛି।
Follow Us